ପ୍ରମୁଖ ଖବର
  • ଜୟପୁର: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ୧୨ ରନରେ ଜିତିଲା ରାଜସ୍ଥାନ ରୟାଲ୍ସ
  • ||
  • ହୃଦଘାତରେ ଆଖି ବୁଜିଲା ମାଫିଆ ଡନ୍ ମୁଖତାର ଅଂସାରୀ
  • ||
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

କେନ୍ଦ୍ରାପଡା: ନଦୀକୁ ଗାଧୋଇବାକୁ ଯାଇ ବୁଡିଗଲେ ୨ ଛାତ୍ର; ଜଣେ ମୃତ, ଅନ୍ଯଜଣେ ନିଖୋଜ

କେନ୍ଦ୍ରାପଡ଼ା ୧୪/୩: ବିରୂପା ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ବୁଡିଗଲେ ଛୋଟି ଗ୍ରାମର ୨ ଛାତ୍ର । ନଦୀରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟଜଣେ ନିଖୋଜ ଅଛନ୍ତି ।  ଗୁରୁବାର ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ ଛାତ୍ର ଦିବ୍ୟଜଜ୍ୟୋତି ପ୍ରଧାନ ଓ ଆକାଶ ଦାସ । ଗାଧୋଇବା ସମୟରେ ଉଭୟ ପାଣିରେ ବୁଡି ଯାଇଥିଲେ ।

ଦିବ୍ୟଜ୍ୟୋତି ଓ ଆକାଶ ନିକଟରେ ମାଟ୍ରିକ ପରୀକ୍ଷା ଦେଇଥିଲେ | ଉଭୟ ସାଙ୍ଗ ହୋଇ ଆଜି ବିରୂପା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ନଦୀରେ ଉଭୟ ବୁଡିଯାଇଥିଲେ । କେନ୍ଦ୍ରାପଡା ଓ ଡେରାବିଶ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତେବେ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଏପର୍ଯ୍ୟନ୍ତ ଅନ୍ୟଜଣେ ନିଖୋଜ ଅଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.