ଦିଗପହଣ୍ଡି, ୦୨/୧୦: ଘରେ ରୋଷେଇ କରିବା ବେଳେ ଅଘଟଣ । ଗ୍ୟାସ୍‌ ଲିକ୍‌ରୁ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ପୋଡ଼ିଗଲେ ୨ ମହିଳା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଚନ୍ଦନବାଡ଼ ଗାଁରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ୨ ଜଣ ମହିଳା ଘରେ ରୋଷେଇ କରୁଥିଲେ । ଏତିକି ବେଳେ ଗ୍ୟାସ୍‌ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଉଭୟ ମହିଳା ପୋଡ଼ି ଯାଇଥିଲେ । ଉଭୟଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଏବଂ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।