ରାଉରକେଲା, ୯।୩ :  ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ। ଏଥିରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛି। ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଗୁରୁତର ଯୁବକଙ୍କୁ  ରାଉରକେଲା ସ୍ଥାନାନ୍ତର କରାଯାଇଛି।

ଲହୁଣୀପଡ଼ା  ଥାନା ଗୌଡୁଣିପୋଷ ଛକ ନିକଟରେ  ବାଇକ୍ ଆରୋହୀ ଭାରସାମ୍ୟ ହରାଇ  ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଏଥି​‌ରେ  ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।   ଅନ୍ୟ ଜଣେ ଡାକ୍ତରଖାନାରେ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଦୁଇ ମୃତକଙ୍କ ମଧ୍ୟରୁ ଜଣେ  ଚାନ୍ଦିପୋଷ ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ମୃତକ  କେବଳଙ୍ଗ ଥାନା ଅଞ୍ଚଳର । ଦୁର୍ଘଟଣାରେ ଗୁରୁତର  ଯୁବକ ଜଣକ ହେଲେ ଚାନ୍ଦିପୋଷ ଥାନା ମୁଣ୍ଡା ସାହିର ଦାମୁ ମୁଣ୍ଡା । ଲହୁଣୀପଡା ଥାନା ପୋଲିସ୍ ଦୁଇ ମୃତଦେହ କୁ ପୋଷ୍ଟମର୍ଟମ୍ ପାଇଁ ପଠାଇଇଥିବା ବେଳେ ବାଇକ ପିଟି ଥିବା ଟ୍ରକ୍ କୁ ଜବତ କରି ତଦନ୍ତ କରୁଛି ।