ଚଣ୍ଡିଖୋଲ, ୩୦।୪ :  ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ ଥିବା ଲକ୍ଷ୍ମୀ ଜୁଏଲାରୀ ରୁ ବିଳମ୍ବିତ ରାତିରେ ଦୃର୍ବୁତ୍ତ ପଶି ସୁନା ଅଳଙ୍କାର ଲୁଟ କରିଛନ୍ତି। ୨୦୦ ଗ୍ରାମ ସୁନା ଅଳଙ୍କାର,୪ କେଜି ରୁ ଊର୍ଦ୍ଧ୍ବ ଚାନ୍ଦି ଓ ନଗଦ ସତୁରୀ ହଜାର ଟଙ୍କା ଲୁଟ କରି ନେଇଛନ୍ତି ଦୁର୍ବୃତ୍ତ।

ଚଣ୍ଡିଖୋଲ ଛକରେ ଥିବା ସୁନା ଦୋକାନରେ ବିଳମ୍ବିତ ରାତିରେ ଦୃର୍ବୁତ୍ତ ମାନେ ଦୋକାନ ସଟର ଭାଙ୍ଗି ଦୋକାନ ଭିତରେ ପଶିଥିଲେ। ଲକର କୁ ଭାଙ୍ଗି ସୁନା ଆଉ ଚାନ୍ଦି ଓ ନଗଦ ଟଙ୍କା ଲୁଟ କରି ନେଇଛନ୍ତି। ୨୦୦ ଗ୍ରାମ ସୁନା ଅଳଙ୍କାର,୪ କେଜି ରୁ ଊର୍ଦ୍ଧ୍ବ ଚାନ୍ଦି ଓ ନଗଦ ସତୁରୀ ହଜାର ଟଙ୍କା ଲୁଟ କରି ନେଇଛନ୍ତି ଦୁର୍ବୃତ୍ତ। ଦୋକାନ ବାହାରେ ଲାଗିଥିବା ସିସିଟିଭି କୁ ଅଚଳ କରି ଦେଇଛନ୍ତି। ଏ ନେଇ ସୁନା ବ୍ୟବସାୟୀ ବଡ଼ଚଣା ଥାନା ରେ ଅଭିଯୋଗ ପରେ ଘଟଣା ସ୍ଥଳରେ ବଡ଼ଚଣା ପୋଲିସ, ଯାଜପୁର SDPO, ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି। ଚଣ୍ଡିଖୋଲ ଛକ ଭଳି ଗୁରୁତ୍ଵପୂର୍ଣ୍ଣ ଛକ ଓ ଜାତୀୟ ରାଜପଥ ନିକଟରେ ଯଦି ଏହିଭଳି ଲୁଟ କୁ ନେଇ ସ୍ଥାନୀୟ ଅଞ୍ଚଳ ର ବ୍ୟବସାୟୀ ଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।

ଆହୁରି ପଢନ୍ତୁ : ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଋଣ ଠକେଇ ମାମଲା: ୩ ବ୍ୟାଙ୍କ ଅଧିକାରୀ ଓ ଋଣଗ୍ରହୀତାଙ୍କୁ ୩ ବର୍ଷ ଲେଖାଏଁ ଜେଲ୍