ଓଡ଼ିଶା ହାଇକୋର୍ଟ ପାଇଁ ୨୦୨୫ ବର୍ଷଟି ଥିଲା ଘଟଣାବହୁଳ । ସଂକ୍ଷେପରେ ପଢନ୍ତୁ ବହୁ ଚର୍ଚ୍ଚିତ ମାମଲାରେ ହାଇକୋର୍ଟ ଦେଇଥିବା କିଛି ବଡ଼ ରାୟ...
-ପ୍ରତିବର୍ଷ ଧାନ ବିକ୍ରି ପାଇଁ ଚାଷୀଙ୍କ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲାବଳେ ଏହି ସମସ୍ୟାର ସମାଧାନ ପାଇଁ ଧାନ ବିକ୍ରି ପାଇଁ ପଞ୍ଜିକରଣ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ସରଳୀକରଣ କରାଯାଉ ।
-ଯେହେତୁ ରାଜ୍ୟରେ ଗୋହତ୍ୟା ବନ୍ଦ ପାଇଁ ଏକ ସ୍ୱତନ୍ତ୍ର ଆଇନ ରହିଛି ସେହି ଆଧାରରେ ଓଡ଼ିଶାରେ ଗୋହତ୍ୟା ହୋଇପାରିବ ନାହିଁ ।-ଓଡ଼ିଶା ସିଭିଲ୍ ସର୍ଭିସ (ରିହାବିଲ୍ ଟେସନ୍ ଆସିଷ୍ଟାଣ୍ଟ) ରୁଲ୍
-୨୦୨୦ ଅନୁସାରେ ‘ଭାଇ’ ପରିବାରର ସଦସ୍ୟ ଭାବେ ଗଣତି ହୋଇପାରିବେ ନାହିଁ । ତେଣୁ ଏହି ଆଧାରରେ ଅନୁକମ୍ପାମୂଳକ ଚାକିରିରେ ମୃତ ଭାଇଙ୍କ ସ୍ଥାନରେ ତାଙ୍କର ଅନ୍ୟ ଜଣେ ଭାଇଙ୍କୁ ଚାକିରି ମିଳିପାରିବନାହିଁ ।
-ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଉଁ ହିତାଧିକାରୀଙ୍କୁ ଘର ଦିଆଯିବ ବା ଦିଆଯିବ ନାହିଁ ସେ ନିଷ୍ପତ୍ତି ନେବା କ୍ଷମତା ଗ୍ରାମସଭାର ରହିଛି । ଥରେ ଗ୍ରାମସଭାରେ କେଉଁ ହିତାଧିକାରୀଙ୍କୁ ଏହି ଯୋଜନାରେ ଘର ଦିଆଯିବ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଯିବା ପରେ ତାହା ଉପରେ ଆଉ କାହାରି ନିଷ୍ପତ୍ତି ଗ୍ରହଣୀୟ ନୁହେଁ ।
-ଦଣ୍ଡାଦେଶ ଅବଧି ଶେଷ ହେବା ପୂର୍ବରୁ ଆସାମୀକୁ ଜେଲ୍ରୁ ଛଡ଼ାଯିବ କି’ ନାହିଁ ସେ ସଂକ୍ରାନ୍ତରେ କେବଳ ଷ୍ଟେଟ୍ ସେନ୍ଟେନ୍ସ ରିଭ୍ୟୁ ବୋର୍ଡ (ଏସ୍ଏସ୍ଆରବି) ନେଇପାରିବ । ଏହି କ୍ଷମତା କେବଳ ଏସ୍ଏସ୍ଆରବିର ।
-୨୦୨୨ ମସିହାରେ ସଂଶୋଧିତ ଖଣି ଆଇନ ଆସିବା ପରେ ବାଲି ସଇରାତ ବା ଖଣି ସଇରାତ ସଂକ୍ରାନ୍ତରେ ଉପ ଜିଲ୍ଲାପାଳ ବା ତହସିଲ୍ଦାରମାନେ କୌଣସି ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ । ଏହି ସଂଶୋଧିତ ଆଇନ ଆଧାରରେ ସମସ୍ତ ନିଷ୍ପତ୍ତି ନେବାର କ୍ଷମତା ଖଣି ଅଧିକାରୀଙ୍କୁ ଦିଆଯାଇଛି ।
-ଚିଟଫଣ୍ଡ ଭଳି ବିପଜ୍ଜନକ ଠକେଇ ଘଟଣାରେ ଆଇନ କେବେ ଅନ୍ଧ ହୋଇ ବସିରହି ପାରିବ ନାହିଁ । ଏହି ଅଦାଲତ କେବଳ ବିଚାରକ ପଦରେ ବସିରହିପାରିବ ନାହିଁ ପରନ୍ତୁ ଜନସାଧାରଣଙ୍କ ବିଶ୍ୱାସର ତତ୍ତ୍ୱାବଧାରକ ଭାବେ କାର୍ଯ୍ୟ କରିବ।
-କାହାରି ବିରୋଧରେ ଫୌଜଦାରୀ ମାମଲା ଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପାସ୍ପୋର୍ଟ ଇସ୍ୟୁ ବା ନବୀକରଣ କରାଯିବା ଲାଗି ଆଇନରେ ସେଭଳି କୌଣସି ପ୍ରତିବନ୍ଧକ ନାହିଁ । ତେଣୁ କେବଳ ଫୌଜଦାରୀ ମାମଲା ଆଳରେ କାହାରି ପାସ୍ପୋର୍ଟକୁ ବାଜ୍ୟାପ୍ତି ବା ନବୀକରଣ ପାଇଁ ମନା କରାଯାଇ ପାରିବ ନାହିଁ ।