ନୂଆଦିଲ୍ଲୀ,୧୯/୦୭: ଆସନ୍ତାକାଲି (ସୋମବାର) ବନ୍ଦ ରହିବ ସମସ୍ତ ସ୍କୁଲ-କଲେଜ । ଫୁଟବଲ ମ୍ୟାଚ ପାଇଁ ବଡ଼ ନିଷ୍ପତ୍ତି । ଫିଫା ବିଶ୍ୱକପ୍ ଫାଇନାଲକୁ ଦୃଷ୍ଟିରେ ରଖି କେରଳ ସରକାର ସୋମବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଭି.ଡି. ସତୀସନ୍ ନିର୍ଦ୍ଦେଶ ଦେଇଛନ୍ତି ଯେ, ଫାଇନାଲ ସୋମବାର ଭୋରରୁ ଖେଳାଯିବ । ତେଣୁ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିବ । ତଥାପି, ସରକାର ସ୍ପଷ୍ଟ କରିଛନ୍ତି ଯେ, ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସରକାରୀ ନିର୍ଦ୍ଦେଶ ଖୁବ୍ ଶୀଘ୍ର ଜାରି ହେବ ବୋଲି ଆଶା କରାଯାଉଛି ।
ଏହା ବି ପଢନ୍ତୁ...Lionel Messi: ସ୍ପେନ୍ ବିପକ୍ଷରେ ମେସିଙ୍କ ରେକର୍ଡ କିପରି, ଏଥର ଇତିହାସ ବଦଳାଇ ପାରିବେ ତ ?
ଫୁଟବଲ୍ ଫାଇନାଲ୍ ଯୋଗୁଁ ନିଷ୍ପତ୍ତି - ରାଜ୍ୟ ବିରୋଧୀ ଦଳ ଏବଂ ଅନ୍ୟ ଅନେକ ଦଳ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଘୋଷଣା କରିବାକୁ ଦାବି କରିଥିଲେ । ସେମାନଙ୍କର ଯୁକ୍ତି ଥିଲା ଯେ, ଫିଫା ବିଶ୍ୱକପ୍ ଫାଇନାଲ୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ ଛାତ୍ରଛାତ୍ରୀମାନେ ପରଦିନ ସକାଳେ ସ୍କୁଲ ଏବଂ କଲେଜ ଯିବା କଷ୍ଟକର ହେବ । କେରଳ ପୂର୍ବତନ ଶିକ୍ଷା ମନ୍ତ୍ରୀ ଭି. ଶିବନକୁଟ୍ଟି ମଧ୍ୟ କହିଥିଲେ ଯେ, ମଧ୍ୟରାତ୍ରି ପରେ ମ୍ୟାଚ୍ ଶେଷ ହେବ, ତେଣୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଛୁଟି ଘୋଷଣା କରାଯିବା ଉଚିତ୍ । ଏହି ନିଷ୍ପତ୍ତି ଛାତ୍ରଛାତ୍ରୀ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଫାଇନାଲର ବିଳମ୍ବିତ ରାତିର କାର୍ଯ୍ୟସୂଚୀ ସହିତ ନିଜକୁ ସଜାଡ଼ିବା ପାଇଁ ସମୟ ଦେବ । ତଥାପି, ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷାଗୁଡ଼ିକ ସମୟସୂଚୀ ଅନୁସାରେ ଅନୁଷ୍ଠିତ ହେବ ।
ସ୍ପେନ୍- ଆର୍ଜେଣ୍ଟିନା ମହାମୁକାବିଲା- ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ୨୩ତମ ବିଶ୍ୱକପ ବହୁ ଚର୍ଚ୍ଚିତ ଫାଇନାଲ୍ ମୁକାବିଲା ପାଇଁ ପ୍ରସ୍ତୁତ ସ୍ପେନ୍ ଓ ଆର୍ଜେଣ୍ଟିନା । ଫିଫା ବିଶ୍ୱକପ୍ ଫାଇନାଲ୍ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଖେଳାଯିବ । ଯାହା ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ଯଥେଷ୍ଟ ଉତ୍ସାହ ସୃଷ୍ଟି କରିବ । ଗୋଟିଏ ପଟେ ସମଗ୍ର ୟୁରୋପ ଓ ଅନ୍ୟ ପଟରେ କେବଳ ମେସି ଓ ତାଙ୍କ ଆର୍ଜେଣ୍ଟିନା ଦଳ । ସବୁଠି ଆର୍ଜେଣ୍ଟିନାକୁ ସମାଲୋଚନା ଓ ସ୍ପେନଙ୍କୁ ପ୍ରଶଂସା । ୨ଟି ମହାଦେଶର ଲଢ଼େଇ ମଧ୍ୟରେ ସାରା ବିଶ୍ୱ ମେସି ମ୍ୟାଜିକ୍କୁ ଅପେକ୍ଷା କରି ରହିଛି । ଫାଇନାଲ୍ ଜିତି ଦ୍ୱିତୀୟ ଥର ବିଶ୍ୱକପ ସହ ସ୍ୱଦେଶ ଫେରିବା ପାଇଁ ସ୍ପେନ୍ ସ୍ୱପ୍ନ ଦେଖୁଛି । ଅନ୍ୟ ପଟରେ ସମଗ୍ର ଆର୍ଜେଣ୍ଟିନା ଦଳ ସେମାନଙ୍କ ଅଧିନାୟକଙ୍କୁ ଆଉ ଏକ ଟ୍ରଫି ଭେଟି ଦେବା ପାଇଁ ଆଶାବାଦୀ ରହିଛି ।
ଏହା ବି ପଢନ୍ତୁ...FIFA World Cup 2026: ସୁପର ସନ୍ଡେ'ରେ ଫିଫା ବିଶ୍ୱକପ୍ ଫାଇନାଲ, ଆର୍ଜେଣ୍ଟିନା - ସ୍ପେନ୍ ମଧ୍ୟରେ ଟାଇଟଲ ଟକ୍କର, ମେସି ମ୍ୟାଜିକ୍ ଦେଖିବାକୁ ଅପେକ୍ଷା..