ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଧରାପଡ଼ିଲା ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗ୍ ; ୨୪୮କିଲୋ ଗଞ୍ଜେଇ ଜବତ, ସାତ ଗିରଫ

Published By : Gurupada Nath | November 9, 2024 8:47 PM

ଫିରିଙ୍ଗିଆ,୯/୧୧ : କନ୍ଧମାଳ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ଥାନା ଭାବେ ପରିଚିତ ଫିରିଙ୍ଗିଆ ଥାନା ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି I ଅଂଚଳରେ ପୋଲିସର କଡା ସୁରକ୍ଷା ରହିଥିଲେ ମଧ୍ୟ ଏହି ଗଞ୍ଜେଇ କାରବାର ଉପରେ ରୋକ ଲଗାଯାଇପାରୁନାହିଁ I କିଛିଦିନ ହେବ ରାଜ୍ୟ ପୋଲିସ ମୁଖିଆଙ୍କ ନିର୍ଦେଶକ୍ରମେ ଜିଲ୍ଲା ଏସପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆରମ୍ଭ ହୋଇଛି ଅପରେସନ ଅଭିଯାନ I 

ଗୋଟେ ପଟେ ବିଭିନ୍ନ ଥାନା ପକ୍ଷରୁ ଏହି ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବାବେଳେ ଅନ୍ୟପଟେ ବାହାର ଜିଲ୍ଲା ଓ ବାହାର ରାଜ୍ୟମାନଙ୍କର ଗଞ୍ଜେଇ ମାଫିଆମାନେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଗଞ୍ଜେଇ ଚାଲାଣ କରିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି I ଏହି ପରିପେକ୍ଷୀରେ ଫିରିଙ୍ଗିଆ ପୋଲିସ ଏକ ବଡ଼ ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ସାତ ଜଣ ମାଫିଆକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ପାଖରୁ ଏକ ଦାମୀ କାର, ଦୁଇଟି ବାଇକ, ନଗଦ ୨୧ହଜାର ଟଙ୍କା ସହ ଦୁଇ କୁଇଣ୍ଟାଲ ୪୮କିଲୋ ଗଞ୍ଜେଇକୁ ଜବତ କରିଛି I 

ସୂଚନା ଅନୁସାରେ ଫିରିଙ୍ଗିଆ ଥନା ସାଡୀଙ୍ଗିଆ ଅଂଚଳରୁ ଏକ କାରରେ ରାଜଧନୀ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା I ଖବରପାଇ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ ସାହୁ ଏବଂ ଦୀପକ ରାଉତଙ୍କ ନେତୃତ୍ୱରେ ଏକ ଟିମ ଫିରିଙ୍ଗିଆ ଥାନା ମାସରୀପଡାଠାରୁ ନୂଆପଦରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଟେଟେକାପଦର ଛକ ନିକଟରେ କାର ଟିକୁ ଏହି ପୋଲିସ ଟିମ ଧରିବାରେ ସଫଳ ହୋଇଥିଲେ I ତେବେ ଗିରଫ ମାଫିଆମାନଙ୍କ ମଧ୍ୟରେ କାର୍ ଡ୍ରାଇଭର ଜଣକ କନ୍ଧମାଳ ଜିଲ୍ଲା ଉଦୟଗିରି ଥାନା ରତିଙ୍ଗିଆ ଗାଁର ଗାଁଭାସ୍କର ନାଏକ ବୋଲି ଜଣାପଡିଥିବାବେଳେ ଅନ୍ୟ ଛଅ ଜଣକ ମଧ୍ୟରୁ ଚାରି ଜଣ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା  ଥାନା ଲିଙ୍ଗାଗଡ଼ ଗାଁର ଏଭେଲ ରଣା, ଯୁଗଳ ରଣା, ଲଷ୍ମୀକାନ୍ତ ରଣା ଓ ଟୁକୁନୁ ପାତ୍ର ବୋଲି ଜଣାପଡିଥିବାବେଳେ ଅନ୍ୟ ଜଣେ ସେହି ଘଣ୍ଟାପଡ଼ା ଥାନା ସିଲେଟପଡ଼ା ଗାଁର ପ୍ରବୀଣ ସାହା ଓ ଅନ୍ୟ ଜଣେ ବଡ଼ସରୁ ଗାଁର ଶନିଦେବ ଝାଙ୍କର ବୋଲି ଜଣାପଡିଛି I 

ଅନ୍ୟପଟେ ପୋଲିସର ପ୍ରାଥମିକ ତଦନ୍ତରୁ ଗିରଫ ହୋଇଥିବା ଅଭିଯୁକ୍ତମାନେ ଜଣେ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ଜଣାଅଡ଼ିଥିବାବେଳେ ଏମାନେ ଦୀର୍ଘ ଦିନ ଧରି ଗଞ୍ଜେଇ କାରବାର କରି ଆସୁଥିବା ଜଣାପଡିଛି I ତେବେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ କେଶ ନଂ ୨୩୦/୨୪ରେ ଏକ ମାମଲା ରୁଜୁ କରି ଶନିବାର ଗିରଫ ମାଫିଆମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ବେହେରା I ଅନୁରୂପ ଭାବେ ଫିରିଙ୍ଗିଆ ପୋଲିସ ଫିରିଙ୍ଗିଆ ଫୁଲବାଣୀ ରାସ୍ତାର କାଳିଆ ସାହି ସନି ମନ୍ଦିର ନିକଟରେ ଏକ ପଲସର ବାଇକରେ ଭୁବନେଶରକୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ତିନି ଜଣକୁ ଗିରଫ କରି ସେମାନଙ୍କ ପାଖରୁ ବାଇକ ସହ ୫କିଲୋ ଗଞ୍ଜେଇ ଜବତ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅସନାପଲ୍ଲୀ ଗାଁର ଏସକେ ମାଙ୍କବୁଲ ଓ କେନ୍ଦୁପଲ୍ଲୀ ଗାଁର ସେକ ଅଲ୍ଲୀ ବୋଲି ଜଣାପଡିଥିବାବେଳେ ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲାର ଯୋଗେନ୍ଦ୍ର ନାଏକ ବୋଲି ଜଣାପଡିଛି I ତେବେ ଏହି ଘଟଣାରେ ମଧ୍ୟ୍ୟ ଫିରିଙ୍ଗିଆ ଥାନାରେ ୨୩୧/୨୪ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.