ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବିଶ୍ୱ ଏଡ୍‌ସ ଦିବସ: ରାଜ୍ୟରେ ଚିହ୍ନଟ ହେଲେଣି ୨୪୮୯ ରୋଗୀ, ଗଞ୍ଜାମ, କଟକରେ ସର୍ବାଧିକ

Published By : Prameya | December 1, 2024 9:51 AM

ଭୁବନେଶ୍ୱର,୦୧/୧୨: ରାଜ୍ୟରେ ଚଳିତ ଆର୍ଥିକ ବର୍ଷ  ୨୦୨୪-୨୫ରେ ୨୪୮୯ ଜଣ ଏଡ୍‌ସ ରୋଗୀ ଚିହ୍ନଟ ହୋଇଥିବା  ବେଳେ ପୂର୍ବ ଆର୍ଥିକ ବର୍ଷରେ ୩୭୨୬ ଜଣ ଚିହ୍ନଟ ହୋଇଥିଲେ ।  ତେଣୁ ପୂର୍ବ ବର୍ଷ ଅପେକ୍ଷା ଏଡ୍‌ସ ରୋଗୀଙ୍କ ସଂଖ୍ୟା କମିଛି ।  

ଆଜି  ବିଶ୍ୱ ଏଡ୍‌ସ ଦିବସ ପାଳନ  କରାଯାଉଛି । ଏହି ଦିବସର ବିଷୟବସ୍ତୁ ରହିଛି ‘ଠିକ୍‌ ମାର୍ଗ  ଅନୁସରଣ କର: ମୋ ସ୍ୱାସ୍ଥ୍ୟ ମୋ ଅଧିକାର’। ଓଡ଼ିଶା ଷ୍ଟେଟ୍‌  ଏଡ୍‌ସ କଣ୍ଟ୍ରୋଲ ସୋସାଇଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ୨୦୧୨ ମସିହାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୩ ହଜାର  ୪୩୭ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨ହଜାର ୬୩୯  ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୪୭ହଜାର ୫୦୭ ବଞ୍ଚିଛନ୍ତି ।  ଆଉ କେତେଜଣ ବାହାର ରାଜ୍ୟର ରୋଗୀ ହୋଇଥିବାବେଳେ  ସେମାନେ ଜୀବିତ କିମ୍ବା ମୃତ ତାହା ଜଣାପଡିନାହିଁ । ସେହିପରି  ରାଜ୍ୟରେ ଜନ୍ମରୁ ୧୪ବର୍ଷ ମଧ୍ୟରେ ୨୭୦୮ ଜଣ ରୋଗୀ ଅଛନ୍ତି ।  ତେବେ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ଏଥିମଧ୍ୟରୁ ୭୦  ଜଣ ଏହି ବର୍ଗର ରୋଗୀ ବୋଲି ଜଣାପଡିଛି । ଏବେ ରାଜ୍ୟରେ  ଯେତେ ରୋଗୀ ଅଛନ୍ତି ସେମାନଙ୍କ ମଧ୍ୟରୁ ୦.୮ ପ୍ରତିଶତ ଛୁଞ୍ଚି ଓ  .୦୯ ପ୍ରତିଶତ ରୋଗୀ ରକ୍ତ ଦ୍ୱାରା ସଂକ୍ରମିତ । ୨୦୧୨ ମସିହାରେ  ୭ ଲକ୍ଷ ପରୀକ୍ଷା କରାଯାଇଥିଲା । ସେଥିରୁ ୧.୨୫ ପ୍ରତିଶତ  ରୋଗୀ ଚିହ୍ନଟ ହୋଇଥିଲେ । ସେହିପରି ୨୦୨୩ରେ ୧୪ ଲକ୍ଷ  ପରୀକ୍ଷା କରାଯାଇଥିଲା । ସେଥିରୁ ୦.୩ ପ୍ରତିଶତ ରୋଗୀ ଚିହ୍ନଟ  ହୋଇଥିଲେ । ଗର୍ଭବତୀଙ୍କ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।  

୨୦୧୨ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଗଞ୍ଜାମ ଓ କଟକ  ଜିଲ୍ଲାରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ଅଧିକ । ଗଞ୍ଜାମରେ ୧୯୧୫୫,  କଟକରେ ୭୯୯୪, ବାଲେଶ୍ୱରରେ ୨୨୧୦, ଖୋର୍ଦ୍ଧାରେ ୪୨୧୦,  କୋରାପୁଟରେ ୨୮୬୫, ସମ୍ବଲପୁରରେ ୩୮୦୭, ନୟାଗଡ଼ରେ  ୧୧୪୫, ମୟୂରଭଞ୍ଜରେ ୧୪୫୪, ନବରଙ୍ଗପୁରରେ ୧୪୮୦,  ପୁରୀରେ ୧୨୬୪, ସୁନ୍ଦରଗଡ଼ରେ ୧୩୬୫, ଅନୁଗୁଳରେ ୨୬୪୧,  ଭଦ୍ରକରେ ୧୧୯୮, ବଲାଙ୍ଗିରରେ ୨୩୪୫, ବାଲେଶ୍ୱରରେ  ୨୨୧୦ ଓ ରାୟଗଡ଼ାରେ ୨୧୪୬ ରୋଗୀ ଚିହ୍ନଟ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.