ଭୁବନେଶ୍ବର,୧୧।୨  : ବୌଦ୍ଧ ଜିଲ୍ଲା ପୋଲିସ ବାଘିଆପଡ଼ା ଓ ଖଣ୍ଡବର ରାସ୍ତା କଡ଼ରେ ପାନ୍ଥେଇ ଛକ ନିକଟରେ ପୋଲିସ ଚଢାଉ କରି ୨୭୨୦ କେଜି ଜବତ କରିଛି। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

 ସ୍ଥାନୀୟ ଅଞ୍ଚଳର ବାସିନ୍ଦା ତରଣୀ ସୁନା, ଦେବେନ୍ଦ୍ର ସୁନା ଏବଂ ପୂର୍ଣ୍ଣ ସାହୁ ଗଞ୍ଜେଇ ଚାଲାଣ କରୁଥିବା  ପୋଲିସ ଖବର ପାଇଥିଲା। ପୋଲିସ ଅଚାନକ ଚଢାଉ କରିଥିଲା।  ଅଭିଯୁକ୍ତମାନେ ଗଞ୍ଜେଇ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଗଞ୍ଜେଇ ଚୋରା ଚାଲାଣ ତଥା ନିଶା ଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପୋଲିସ ପକ୍ଷରୁ ଏହି ଅଭିଯାନ ଜୋରଦାର ଚାଲିଛି। 

ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ୧ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏ ପର୍ଯ୍ୟନ୍ତ ୫୯୧ ଟି ମାମଲା ରୁଜୁ କରାଯାଇଛି।  ପ୍ରାୟ ୨୫ ହଜାର ଏକରରୁ ଅଧିକ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି।  ଏହି ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।