କଳାହାଣ୍ଡି, ୨୦।୫ : ତମ୍ବା ତାର ଚୋରୀ ରାକେଟ ଠାବ। ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ସହ ୪୮୦ କେଜି ତାର ଜବତ କରିଛି ପୁଲିସ। ଏଥିସହ ୫ ଜଣଙ୍କୁ ଗିରଫ କରିଛି lଗତସପ୍ତାହରେ କେସିଙ୍ଗା ସ୍ଥିତ ବେଦାନ୍ତ ପମ୍ପ ହାଉସ ର ସବ ଷ୍ଟେସନ ରୁ ୩ ଟି ଟ୍ରାନ୍ସଫର୍ମର ରୁ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ତମ୍ବା ତାର ଚୋରୀ ହୋଇଥିଲା। ଏହି ଘଟଣାର ତଦନ୍ତ କରି ତମ୍ବା ତାର ଚୋରୀ କରି ଚୋରା ଚାଲାଣ କରୁଥିବା ବେଳେ ଏକ ଟାଟା ଏସି ଗାଡିକୁ ପୋଲିସ ଚଢ଼ାଉ କରି ଜବତ କରିଥିଲା l
ତେବେ ଗାଡ଼ିରୁ ୪୮୦କେଜି ପ୍ରାୟ ୧୦ ଲକ୍ଷ ଟଙ୍କାର ତମ୍ବା ତାର,୨ ଲକ୍ଷ ୫୦ ହଜାର ନଗଦ ରାଶି ପୁଲିସ ଜବତ କରିଥିଲା। ଏଥିସହିତ ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ କଳାହାଣ୍ଡି ପୋଲିସ ଗିରଫ କରିଥିବା ବେଲେ ଏମାନଙ୍କ ଠାରୁ ଚୋରା ତମ୍ବାତାର କିଣୁଥିବା ଜଣଙ୍କୁ ବଲାଙ୍ଗୀର ରୁ ଗିରଫ କରା ଯାଇଛି l ଗିରଫ ଅଭିଯୁକ୍ତ ମାନେ ଛତିଶଗଡ ମହାଶମୁନ୍ଦ ଅଞ୍ଚଳର ହୋଇଥିବା ବେଳେ ଏହି ଘଟଣା ରେ ଆହୁରି କାହାର ସମ୍ପୃକ୍ତ ରହିଛି ସେନେଇ ପୋଲିସ ର ତଦନ୍ତ ଜାରୀ ରଖିଥିବା କଳାହାଣ୍ଡି SP ନାଗରାଜ ଦେବରକୁଣ୍ଡା ସୂଚନା ଦେଇଛନ୍ତି l
ଆହୁରି ପଢନ୍ତୁ ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଯୁକ୍ତ ୨ ପାସ୍ ଛାତ୍ରଛାତ୍ରୀ : ଗଣଶିକ୍ଷା ମନ୍ତ୍ରୀ