ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଖଣ୍ଡପଡ଼ା: ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ସଂଜ୍ଞାହୀନ ହେବା ଘଟଣା, ନିଲମ୍ବିତ ହେଲେ ସହକାରୀ ଶିକ୍ଷକ
  • ||
  • ସମ୍ବଲପୁର: କ୍ରିକେଟ ଖେଳିବା ବେଳେ ଅଘଟଣ, ଛାତିରେ ବଲ ବାଜି ଚାଲିଗଲା ଛାତ୍ରଙ୍କ ଜୀବନ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାହାଡା ଉଠା ମହାସ୍ନାନ, ଗର୍ଭଗୃହରେ ସୁଆର ବଡୁ ସେବକଙ୍କ ଗୋଡ ଖସି ଯାଇ ରକ୍ତ ପଡ଼ିବାରୁ ମହାସ୍ନାନ
  • ||
  • ଢେଙ୍କାନାଳ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଠକେଇ କରିଥିବା ଅଭିଯୁକ୍ତ ଗିରଫ, ଜମି ପାଇଁ ନେଇଥିଲେ ୨୫ ଲକ୍ଷ ଟଙ୍କା
  • ||
  • ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର ହେବ, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ: ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ, ପୁଲିସ ଛାନ୍‌ଭିନ୍।
  • ||
  • ସୁନ୍ଦରଗଡ଼: ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ
  • ||
  • କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ
  • ||
  • ବୁଧବାର ଶ୍ରୀବିଗ୍ରହଙ୍କ ହେବ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା, ଅତିକମ୍‌ର ୩୦ ମୃତ
  • ||
  • ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ
  • ||
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ହରିୟାଣାରେ ଡବଲ୍ ଟ୍ରିପଲ୍ ବିବାହ : ୨୭୭୯ ଜଣଙ୍କର ଅଛି ଏକାଧିକ ପତ୍ନୀ, ପିପିପି ଡାଟାରୁ ଖୁଲାସା

Published By : Rasmita Pradhan | July 29, 2025 9:00 AM

ଚଣ୍ଡୀଗଡ଼, ୨୯/୦୭ : ହରିୟାଣାରେ ଡବଲ୍ ଟ୍ରିପଲ୍ ବିବାହକୁ ନେଇ ଚର୍ଚ୍ଚା। ଅନ୍ୟ ରାଜ୍ୟ ତୁଳନାରେ ଏକାଧିକ ପତ୍ନୀ ରଖିବାକୁ ପସନ୍ଦ କରନ୍ତି ହରିୟାଣା ପୁରୁଷ। ଏଠି ସଉକ ପାଲଟିଛି ବହୁ ବିବାହ ପ୍ରଥା। ପରିବାର ପରିଚୟ ପତ୍ର ଡାଟାରୁ ବଡ଼ ଖୁଲାସା। ୨୭୬୧ ଜଣ ଲୋକଙ୍କର ଅଛି ଦୁଇଟି ଲେଖାଏଁ ପତ୍ନୀ। ସେହିପରି ୧୫ ଜଣ ରଖିଛନ୍ତି ତିନି ତିନିଜଣ ସ୍ତ୍ରୀ। 

ହରିୟାଣା ସରକାର ପରିବାର ପରିଚୟ ପତ୍ର ବା ଫ୍ୟାମିଲି ଆଇଡି ସହ ଯୋଡ଼ିଛନ୍ତି ସମସ୍ତ ସରକାରୀ ଯୋଜନା। ଯଦି କେହି ହରିୟାଣା ନିବାସୀ ହୋଇଥାନ୍ତି ତାହେଲେ ବିନା ପିପିପି କାର୍ଡରେ କୌଣସି ସରକାରୀ ଯୋଜନାର ଲାଭ ଉଠାଇ ପାରିବେ ନାହିଁ। ଏଥିପାଇଁ ଲୋକମାନେ ସେମାନଙ୍କ ସମସ୍ତ ବିବରଣୀ ପିପିପି କାର୍ଡରେ ଦେଉଛନ୍ତି। ପରିବାର ପରିଚୟ ପତ୍ର ଏକ ଧର୍ମନିରପେକ୍ଷ ଆଇଡି କାର୍ଡ। ଏଥିରେ ଧର୍ମ ସମ୍ଵନ୍ଧୀୟ କୌଣସି ସୂଚନା ନାହିଁ। ତେବେ ସରକାରୀ ଯୋଜନା ପାଇଁ ପ୍ରତ୍ୟେକ ନାଗରିକଙ୍କ ଜାତି ଅନିବାର୍ଯ୍ୟ ବୋଲି ଲେଖାଯାଇଛି। 

ପିପିପି ଅନୁଯାୟୀ, ନୁଁହରେ ୩୫୩ ଜଣ ଦୁଇ ଥର ବିବାହ କରିଛନ୍ତି। ସେହିପରି ଅମ୍ବାଲାରେ ୮୭ ଜଣ, ଭିୱାନୀରେ ୯୯ ଜଣ, ଚରଖି ଦାଦରୀରେ ୩୦ ଜଣ, ଫରିଦାବାଦରେ ୨୬୭ ଜଣ, ଫତେହାବାଦରେ ୧୦୪ ଜଣ, ଗୁରୁଗ୍ରାମରେ ୧୫୭ ଜଣ, ହିସାରରେ ୧୫୨ ଜଣ, ଝଜ୍ଜରରେ ୭୨ ଜଣ, ଜିନ୍ଦରେ ୧୪୬ ଜଣ, କ୍ୟାଥଲରେ ୯୨ ଜଣ, କରନାଲରେ ୧୭୧ ଜଣ, କୁରୁକ୍ଷେତ୍ରରେ ୯୬ ଜଣ, ମହେନ୍ଦ୍ରଗଡ଼ରେ ୮୧ ଜଣ, ପଲବଲରେ ୧୭୮ ଜଣ, ପଞ୍ଚକୁଳାରେ ୪୪ ଜଣ, ପାନିପତରେ ୧୨୯ ଜଣ, ରେୱାଡିରେ ୮୦ ଜଣ, ରୋହତକରେ ୭୮ ଜଣ, ସିରସାରେ ୧୩୦ ଜଣ, ସୋନିପତରେ ୧୩୪ ଜଣ, ଯମୁନାନଗରରେ ୧୧୧ ଜଣଙ୍କର ଦୁଇଟି ଲେଖାଏଁ ପତ୍ନୀ ରହିଛି। ଭିୱାନୀରେ ୨, ଫରିଦାବାଦରେ ୨, ହିସାରରେ ୧, ଝଜ୍ଜରରେ ୧, ହିନ୍ଦରେ ୧, କରନାଲରେ ୨, କୁରୁକ୍ଷେତ୍ରରେ ୧, ନୁଁହରେ ୧, ପଲବଲରେ ୧, ରେଡ଼ାଡିରେ ୧, ଏବଂ ସୋନିପତରେ ୨ ଜଣଙ୍କର ତିନୋଟି ଲେଖାଏଁ ସ୍ତ୍ରୀ ଅଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.