ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଇଷ୍ଟର୍ଣ୍ଣ ଜୋନାଲ୍ କାଉନସିଲ୍ ବୈଠକ; ମୁଖ୍ୟମନ୍ତ୍ରୀ କହିଲେ ଏହାଦ୍ବାରା ସମାଧାନ ହେବ ଆନ୍ତଃରାଜ୍ୟ ସମସ୍ୟା

Published By : Manash Sahoo | July 10, 2025 8:26 PM

ଭୁବନେଶ୍ବର, ୧୦/୦୭: ଝାଡ଼ଖଣ୍ଡର ରାଞ୍ଚିରେ ଗୁରୁବାର ୨୭ତମ ଇଷ୍ଟର୍ଣ୍ଣ ଜୋନାଲ୍ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଇଷ୍ଟର୍ଣ୍ଣ ଜୋନାଲର ମିଟିଂରେ ଓଡ଼ିଶାକୁ ଛାଡ଼ି ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀମାନେ ସାମିଲ୍ ହୋଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଅଭିଭାଷଣ ଆରମ୍ଭରୁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ କୃତଜ୍ଞତା ଜଣାଇଥିଲେ । 

ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ରାଜ୍ୟ ଗୁଡ଼ିକୁ ନେଇ ଗଠିତ ଜୋନାଲ କାଉନସିଲର ମୌଳିକ ଉଦ୍ଦେଶ୍ୟ ହେଉଛି, ଆନ୍ତଃରାଜ୍ୟ ଏବଂ କେନ୍ଦ୍ର- ରାଜ୍ୟ ମଧ୍ୟରେ ସମ୍ପର୍କ ସୃଷ୍ଟି କରିବା । ସହଯୋଗ ବୃଦ୍ଧି କରିବା । ଯାହାଦ୍ବାରା ଆନ୍ତଃରାଜ୍ୟ ସମସ୍ୟାର ସମାଧାନ ଏବଂ ସନ୍ତୁଳିତ ସାମାଜିକ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରାଯାଇପାରିବ । ଏହି ଜୋନରେ ଥିବା ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡ କେବଳ ଭୌଗୋଳିକ ସୀମା ନୁହେଁ, ବରଂ ଇତିହାସ, ସଂସ୍କୃତି, ଅର୍ଥନୀତି ସହିତ ଜଡ଼ିତ । ତେଣୁ, ଏହି ପରିଷଦ ସାମୂହିକ ପ୍ରଗତି ଏବଂ ପରସ୍ପରକୁ କେତେ ସହଯୋଗ, ସମର୍ଥନ କରୁ ତାହା ଉପରେ ନିର୍ଭର କରିବ । 'ମୁଁ ଆଶା କରୁଛି ଯେ ଏହି ବୈଠକ ଇଷ୍ଟର୍ଣ୍ଣ ଜୋନାରେ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏକ ଉପଯୋଗୀ ଏବଂ ଖୋଲା ମଞ୍ଚ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । 

ଏହାଛଡ଼ା  ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିଲା ନୂତନ ପଦକ୍ଷେପ, ଏଜେଣ୍ଡା ଅନ୍ୟାନ୍ୟ ପ୍ରସଂଗ ଉପରେ ଆଲୋକପାତ କରିଥିଲେ, ଯାହା କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମହିଳା ଏବଂ ଶିଶୁ ସଶକ୍ତିକରଣ: ‘ମହିଳା ଏବଂ ଶିଶୁ ସଶକ୍ତିକରଣ ଏକ ସୁରକ୍ଷିତ, ଅନ୍ତର୍ଭୁକ୍ତ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ଓଡ଼ିଶାର ଦୃଷ୍ଟିକୋଣ। ମହିଳା ଏବଂ ଶିଶୁମାନଙ୍କର ସାମଗ୍ରିକ ବିକାଶ ପାଇଁ ଓଡ଼ିଶା ପ୍ରତିବଦ୍ଧ । ମହିଳା ଏବଂ ଶିଶୁ ଶସକ୍ତିକରଣ ବିଭାଗ ମାଧ୍ୟମରେ, ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣ, ସୁରକ୍ଷା, ଏବଂ ସଶକ୍ତିକରଣକୁ ଆଗକୁ ବଢ଼ାଇବା ପାଇଁ ପରିବର୍ତ୍ତନକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏହି କ୍ଷେତ୍ର ପାଇଁ ୧୫,୨୨୨.୮୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଯାହା ଏହି ଯୋଜନା କାର୍ଯ୍ୟାନ୍ୱୟନ ଏବଂ ପ୍ରଶାସନିକ ସୁଦୃଢ଼ୀକରଣକୁ ସହଯୋଗ କରିବ । ଚଳିତ ବର୍ଷର କିଛି ପ୍ରମୁଖ ନୂତନ ପଦକ୍ଷେପ ହେଉଛି,  ଓଡ଼ିଶା ପୁଷ୍ଟି ମିଶନ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ସୁଭଦ୍ରା ସମ୍ବେଦନା ଯୋଜନା, ଏବଂ ଆମେ ପଢିବା ଆମ ଭାଷାରେ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି । 

୧. ଓଡ଼ିଶା ପୃଷ୍ଟି ମିଶନ: ‘ଓଡ଼ିଶା ପୃଷ୍ଟି ମିଶନ’ ଯୋଜନାରେ ୬ ମାସରୁ ୬ ବର୍ଷ ପିଲା, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମାଆ ଏବଂ କିଶୋରୀଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣକୁ ବୃଦ୍ଧି କରାଯିବ । ଏହାଛଡ଼ା ଏହି ମିଶନକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ‘ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା’, ‘ପରିପୂରକ ପୁଷ୍ଟିକରଣ କାର୍ଯ୍ୟକ୍ରମ’, ଏବଂ ‘କିଶୋରୀ ବାଳିକା ଯୋଜନା’ ଭଳି ପ୍ରମୁଖ ଯୋଜନା ପ୍ରଣୟନ କରାଯାଇଛି । ହିତାଧିକାରୀମାନଙ୍କୁ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଚଳିତ ବଜେଟରେ ଓଡ଼ିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

. ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ରାଜ୍ୟର ସଂସ୍କୃତିକ ପ୍ରଥା ଏବଂ ଗରିବଙ୍କ କଲ୍ୟାଣ ପାଇଁ ସରକାର "ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା" ଆରମ୍ଭ କରିଛନ୍ତି । ଏଥିରେ ଆର୍ଥିକ ଭାବରେ ପଛୁଆ ପରିବାର ବା ଅତି ଗରିବ ଶ୍ରେଣୀର ଲୋକଙ୍କ ସାମୂହିକ ବିବାହରେ ସରକାର ଆର୍ଥିକ୍ ସହାୟତା କରିବେ । ଏହି ଯୋଜନା ଚଳିତ ବର୍ଷ ଠାରୁ ଆରମ୍ଭ ହେବ । ଏହାରି ମାଧ୍ୟମରେ ରାଜ୍ୟ ସରକାର ସାମାଜିକ ଚ୍ୟାଲେଞ୍ଜ ଗୁଡ଼ିକୁ ମୁକାବିଲା କରି ପ୍ରତିବଦ୍ଧତାକୁ ସୁଦୃଢ଼ କରିବେ ।

. ସୁଭଦ୍ରା ସମ୍ବେଦନା ଯୋଜନା: ମହିଳାଙ୍କ ସୁରକ୍ଷା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସୁଭଦ୍ରା ସମ୍ବେଦନ ଯୋଜନା ଆରମ୍ଭ କରିଛନ୍ତି । ଏହି ପ୍ରୟାସରେ ମହିଳାମାନଙ୍କ ପାଇଁ ଉପଲବ୍ଧ ଥିବା ଭିତ୍ତିଭୂମି ଏବଂ ସେବା, ଯେପରିକି ଆଶ୍ରୟସ୍ଥଳ, ୱାନ୍ ଷ୍ଟପ୍ ସେଣ୍ଟର ଏବଂ ଛାତ୍ରାବାସକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯାଉଛି । ରାଜ୍ୟରେ ମାନବ ଚାଲାଣ ଉପରେ ରୋକ୍ ଲଗାଇବା ଏବଂ ଜରୁରୀକାଳୀନ ପରିସ୍ଥିତିରେ ମହିଳାମାନଙ୍କୁ ସହାୟତା ପ୍ରଦାନ କରିବା ରାଜ୍ୟ ସରକାର ପ୍ରାୟାସ ଜାରି ରଖିଛନ୍ତି । ଏହା ସହିତ ଲିଙ୍ଗ ସମ୍ବେଦନଶୀଳତା ଉପରେ କର୍ମଶାଳା, ସଚେତନତା ଶିବିର ଏବଂ ତାଲିମ ଆୟୋଜନ କରିବା ଏବଂ ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରେଳ ଷ୍ଟେସନଗୁଡ଼ିକରେ ମହିଳା ସହାୟତା ଡେସ୍କ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

4. ଆମେ ପଢ଼ିବା ଆମ ଭାଷା ରେ: "ଆମେ ପଢ଼ିବା ଆମ ଭାଷା ରେ" ଯୋଜନାରେ ଆଦିବାସୀ ପିଲାମାନଙ୍କର ଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା । ଏହି ଯୋଜନା ଦ୍ବାରା ସାନ୍ତାଳୀ, ସୌରା, କୁଇ ଏବଂ ମୁଣ୍ଡା ସମେତ ୧୭ଟି ଆଦିବାସୀ ଭାଷାରେ ଶିକ୍ଷାଦାନ କରି ଶିକ୍ଷାକୁ ସରଳକରଣ କରିବା   ସେହିପରି ଭାଷାଗୁଡ଼ିକରେ ପାରମ୍ପରିକ କାହାଣୀ, ଗୀତ ଏବଂ ଖେଳକୁ ଅନ୍ତର୍ଭୁକ୍ତ କରିବା । ଏହାଛଡ଼ା ଆଦିବାସୀ ପିଲାମାନଙ୍କର ସମୃଦ୍ଧ ସାଂସ୍କୃତିକ ଓ ଐତିହ୍ୟକୁ ସଂରକ୍ଷଣ କରି ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଇଷ୍ଟର୍ଣ୍ଣ ଜୋନ୍ ବୈଠକେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.