ବଡବିଲ,୨୧।୪  : ଯୋଡ଼ା ଡିଏଭି ସ୍କୁଲ ପାଖ ଫ୍ଲାଏ ଓଭର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା।୨ ବାଇକ ମଧ୍ୟରେ ଦୁର୍ଘଟଣା ପରେ ମାଡିଗଲା ଟ୍ରକ। ଘଟଣାସ୍ଥଳରେ   ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ମୃତକମାନେ ହେଲେ ଯୋଡ଼ା ବ୍ଲକ୍ ଜରିବାହାଲ ଅଞ୍ଚଳର  ମୋହନ ମୁଣ୍ଡା ଓ ମାସୀ ମୁଣ୍ଡା ଏବଂ ଝୁମ୍ପୁରା ବ୍ଲକ୍ କୁଞ୍ଜରଡିହି ଅଞ୍ଚଳର ବିଜୟ ମୁଣ୍ଡା ।

ଯୋଡ଼ା ଡିଏଭି ସ୍କୁଲ ପାଖ ଫ୍ଲାଏ ଓଭର  ବ୍ରିଜ ନିକଟରେ ୨ ବାଇକ ପ୍ରଥମେ ଧକ୍କା ହୋଇଥିଲା ।  ପରେ ପରେ ବାଇକ୍ ଆରୋହୀଙ୍କ ଉପରେ ଏକ ଅଜଣା ଟ୍ରକ୍ ମାଡ଼ିଯାଇ ପଳାଇଯାଇଥିଲା। ଏଥିରେ ୩ ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।