ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଯୋଡ଼ା ଫ୍ଲାଏ ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା : ୩ ମୃତ, ୩ ଗୁରୁତର

Published By : Prameya | April 21, 2025 11:17 PM

ବଡବିଲ,୨୧।୪  : ଯୋଡ଼ା ଡିଏଭି ସ୍କୁଲ ପାଖ ଫ୍ଲାଏ ଓଭର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା।୨ ବାଇକ ମଧ୍ୟରେ ଦୁର୍ଘଟଣା ପରେ ମାଡିଗଲା ଟ୍ରକ। ଘଟଣାସ୍ଥଳରେ   ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ମୃତକମାନେ ହେଲେ ଯୋଡ଼ା ବ୍ଲକ୍ ଜରିବାହାଲ ଅଞ୍ଚଳର  ମୋହନ ମୁଣ୍ଡା ଓ ମାସୀ ମୁଣ୍ଡା ଏବଂ ଝୁମ୍ପୁରା ବ୍ଲକ୍ କୁଞ୍ଜରଡିହି ଅଞ୍ଚଳର ବିଜୟ ମୁଣ୍ଡା ।

ଯୋଡ଼ା ଡିଏଭି ସ୍କୁଲ ପାଖ ଫ୍ଲାଏ ଓଭର  ବ୍ରିଜ ନିକଟରେ ୨ ବାଇକ ପ୍ରଥମେ ଧକ୍କା ହୋଇଥିଲା ।  ପରେ ପରେ ବାଇକ୍ ଆରୋହୀଙ୍କ ଉପରେ ଏକ ଅଜଣା ଟ୍ରକ୍ ମାଡ଼ିଯାଇ ପଳାଇଯାଇଥିଲା। ଏଥିରେ ୩ ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.