ଆନନ୍ଦପୁର, ୨୫।୧ : ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ। ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା। ସ୍ବାମୀ, ସ୍ତ୍ରୀ ଓ ନାବାଳିକା ଝିଅକୁ ହତ୍ୟା। ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକମାନେ ହେଲେ ଜିତେନ୍ଦ୍ର ସୋରେନ, ମାଳତୀ ସୋରେନ, ମମି ସୋରେନ। ଘସିପୁରା ଥାନା ନିଆଳିଝରଣ ଗାଁରେ ଘଟିଛି ଏହି ଘଟଣା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ପୁଲିସ ଅଟକ ରଖିଛି।