ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଶିକାରୀଙ୍କ ଟାର୍ଗେଟରେ କୂଳଡିହା ଅଭୟାରଣ୍ୟ: ଗାଁରେ ମିଳିଲା ବନ୍ଧୁକ ସହ ହରିଣ ଛାଲ, ୩ ଗିରଫ

Published By : Harapriya Sethi | January 10, 2025 9:57 AM

ନୀଳଗିରି,୧୦/୦୧:ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ ଏବେ ବିପଦରେ । କେତେବେଳେ ହାତୀ ମାରି ଦାନ୍ତ ଲୁଟ୍‌ କରୁଛନ୍ତି ତ ଆଉ କେତେବେଳେ ଅବାଧରେ ଗଛକଟା ଚାଲିଛି । ଛତୁ ଫୁଟିବା ଭଳି ଇଟାଭାଟି ଇକୋ ସେନସେଟିଭ ଯୋନ ତଥା କୂଳଡିହା ଅଭୟାରଣ୍ୟ ନିକଟରେ ଚାଲିଥିବାବେଳେ ଅନେକ ବେଆଇନ କାରବାର ହେଉଥିବା ଦେଖାଯାଇଛି । ବନ୍ୟଜନ୍ତୁ ସୁରକ୍ଷାରେ ବନକର୍ମଚାରୀ ସମ୍ପୂର୍ଣ୍ଣ ବିଫଳ ହେବା ଏବେ ନଜରକୁ ଆସିଛି । ପରିଣାମ ସ୍ୱରୂପ ଏବେ ଗାଁରେ ଗାଁ ଭିତରେ ହରିଣ ଛାଲ,ଝିଙ୍କ କାଠି,ବନ୍ଧୁକ ଜବତ ହୋଇଛି ।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟଭରା କୁଳଡିହା ଅଭୟାରଣ୍ୟ ଏବେ ବିପଦରେ । ଦୁଇ ବର୍ଷରେ ୧୨ ରୁ ଅଧିକ ହାତୀ ମୃତ୍ୟୁ ହୋଇଥିବା ବେଳେ ଶିକାରୀ ମାନେ ଦାନ୍ତ ଲୁଟ୍‌ କରୁଛନ୍ତି । ଅଭୟାରଣ୍ୟ ସୀମାନ୍ତରେ ରହୁଥିବା ଶିକାରୀ ମାନେ ଅବାଧରେ ଶିକାର କରୁଥିବା ଜଣାପଡିଛି । ହରିଣ, ସମ୍ବର, ଝିଙ୍କ, ଠେକୁଆଙ୍କୁ ମାରିବା ସହ ଏହାର ଛାଲ,ସିଙ୍ଗ ସମେତ ଝିଙ୍କ କାଠି ବାହାରକୁ ଚାଲାଣ କରୁଛନ୍ତି । କୂଳଡିହା ଅଭୟାରଣ୍ୟରେ କାର୍ଯ୍ୟରତ କର୍ମଚାରୀ ମାନେ କିଭଳି ପେଟ୍ରୋଲିଂ କରୁଛନ୍ତି ତାହା ଏବେ ସନ୍ଦେହରେ । ସରକାରୀ ଗାଡ଼ିରେ ବସି ଅଧିକାରୀ ଖାଲି ପଇଁତରା ମାରିବା ଛଡା ଆଉ କିଛି ଚାରାନାହିଁ । ଯେଉଁ ସବୁଜ ବାହିନୀ ଓ ଗାର୍ଡ ନିୟୋଜିତ ଅଛନ୍ତି ତାଙ୍କର ସଂଖ୍ୟା କମ୍‌ ଥିବାରୁ ଶିକାରୀଙ୍କ ପାଖକୁ ଯିବାକୁ ଭୟ କରୁଛନ୍ତି । ପୂର୍ବରୁ ବାଡ଼ି ଖଣ୍ଡେ ହାତରେ ଦେଇ ଡିଉଟି କରୁଥିବା ବେଳେ ଏବେ ହାତରେ ବନ୍ଧୁକ ଦେଇ ଟ୍ରେନ୍‌ଡ କରାଯାଉଛି ସତ ଆଗକୁ ଅଭୟାରଣ୍ୟ ସୁରକ୍ଷା କରିବାରେ ଏହା କେତେ ଦୂର ସଫଳ ହେବେ ତାହା ସମୟ କହିବ । 

ତେବେ ଦିନକ ପୂର୍ବରୁ ତେଲିପାଲ ପଞ୍ଚାୟତର ପୁଟିବନ୍ଧ ଗାଁରେ ଦୁଇଟି ବନ୍ଧୁକ ସମେତ ତିନିଜଣ ଶିକାରୀଙ୍କୁ ପୋଲିସ ସହାୟତରେ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ହରିଣ ଛାଲ,ଝିଙ୍କ କାଠି ମଧ୍ୟ ଜବତ ହୋଇଛି । କେବଳ ସେତିକି ନୁହେଁ, ସେମାନେ ପୂର୍ବରୁ ଅଭୟାରଣ୍ୟ ଭିତରେ ପଶି ଅବାଧରେ ଶିକାର କରୁଥିଲେ। ସେ ସମୟରେ ବନ କର୍ମଚାରୀ କିଭଳି ପେଟ୍ରୋଲିଂ କରୁଥିଲେ ତାହା ସ୍ପଷ୍ଟ ଅନୁମେୟ। ଏବେ ଖାଲି ଶିକାରୀଙ୍କ ପ୍ରାଦୁର୍ଭାବ ଅବାଧରେ ଗଛ କଟା ଚାଲିଛି । ସୀମାନ୍ତରେ ଛତୁ ଫୁଟିବା ଭଳି ଇଟାଭାଟି ଚାଲିଥିବା ବେଳେ ବନବିଭାଗ ନିରବଦୃଷ୍ଟା ସାଜିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.