ନୂଆଦିଲ୍ଲୀ,୧୬/୧୧; ଆପଣଙ୍କୁ ଅମୀର ଖାନଙ୍କ ଅଭିନୀତ ବଲିଉଡ଼ ସୁପରହିଟ୍ ଫିଲ୍ମ '୩ ଇଡିୟଟ୍ସ ' କଥା ମନେ ଅଛି ? ସେଥିରେ ଜଣେ ଚରିତ୍ର ଥିଲେ 'ମିଲିମିଟିର' । ତାଙ୍କୁ ଟିକେ ମନେ ପକାନ୍ତୁ । ଫିଲ୍ମରେ ଛୋଟ ହେଲେ ଅଭିନୟରେ ଥିଲେ ସେ ମାହିର । ମିଲିମିଟର ରାହୁଲ କୁମାର ଏବେ ଚର୍ଚ୍ଚାରେ ରହିଛନ୍ତି । ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କ ପତ୍ନୀ ତୁର୍କୀର । ରାହୁଲଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ତାଙ୍କ ପତ୍ନୀଙ୍କର ପରିଚୟ ଦେଇଛନ୍ତି । ଏହାପରେ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି ।
'୩ ଇଡିୟଟ୍ସ 'ବନେଇଲା ଯୋଡ଼ି- ଭାଇରାଲ ଭିଡିଓ କ୍ଲିପରେ ଫଟୋଗ୍ରାଫର୍ସ ରାହୁଲଙ୍କ ଫଟୋ ଉଠାଉଛନ୍ତି । ଏହାକୁ ନେଇ ସେ କହିଛନ୍ତି, ହଁ ମୁଁ ରାହୁଲ । ଏ ମୋର ପତ୍ନୀ କେଜିବନ ଡାଗନ୍ । ସେ ତୁର୍କୀର ।'' ତାଙ୍କ ପତ୍ନୀ ହସିହସି କୁହନ୍ତି ହଁ ଆମେ ମେ ୪ରେ ବିବାଗ କରିଛୁ । ରାହୁଲଙ୍କ ପତ୍ନୀ ଆହୁରି କହିଛନ୍ତି, ୩ ଇଡିୟଟ୍ସରେ ତାଙ୍କ କାମ ଦେଖିବାକୁ ପରେ ମୁଁ ତାଙ୍କୁ ଆପ୍ରୋଚ କରିଥିଲି । ମୁଁ ଏହି ଫିଲ୍ମ ଦେଖିଥିଲି, ସେ ଏଥିରେ ଆକ୍ଟର ଥିଲେ । ମିଲିମିଟର ନା ? ମୁଁ ତାଙ୍କୁ ମେସେଜ କଲି ଏବଂ ଆମେ କଥାବାର୍ତ୍ତା ଆରମ୍ଭ କରିଥିଲୁ । ଏହା ୧୪ ବର୍ଷ ତଳର କଥା ।
ମିଲିମିଟର କିଲୋମିଟିର ହୋଇଗଲେ- ରାହୁଲ ତାଙ୍କ ଇନ୍ଷ୍ଟାଗ୍ରାମରେ ଅମୀର ଖାନଙ୍କ ସହିତ ତାଙ୍କ ଫଟୋ ରଖିଛନ୍ତି । ସେ ବଲିଉଡ଼ରେ ଅନେକ ବଡ଼ ବଡ଼ ହସ୍ତୀଙ୍କ ସହ ଫଟୋ ସେୟାର କରିଛନ୍ତି । ରାଜୁ ହିରାନୀ, ଶାହରୁଖ ଖାନ ଏବଂ ବୋମନ୍ ଇରାନୀଙ୍କ ସହ ମଧ୍ୟ ଫଟୋ ପୋଷ୍ଟ କରିଛନ୍ତି । ରାହୁଲ 'ବନ୍ଧିଶ ବଡିଟ୍ସ'ରେ ବି କାମ କରିଛନ୍ତି । ରାହୁଲ ତାଙ୍କ ପତ୍ନୀଙ୍କ ସହିତ ଫୋଟ ସେୟାର କରି ଲେଖିଛନ୍ତି, ଆମେ ଜିତିଗଲୁ । ଏହାପରେ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ନେଇ ମଜାଳିଆ କମେଣ୍ଟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ମିଲିମିଟିର ଏବଂ କିଲୋମିଟର ହୋଇଗଲେ । କିଛି ୟୁଜର୍ସ ଲେଖିଛନ୍ତି, ଏ ତ କୃଣାଳ ଖେମୁଙ୍କ ପରି ଲାଗୁଛନ୍ତି । ଜାହଁପାନା ତେଫା କୁବୁଲ୍ କିୟ୍ୟା ?