ତିଗିରିଆ,୦୮/୦୬: ପୁଲିସକୁ ଗୋଡେଇ ଗୋଡେଇ ପଥର ମାଡ କରିଥିଲେ । ଚଢାଉ କରି ୩ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ । ଅଭିଯୁକ୍ତମାନେ ହେଲେ ରଞ୍ଜନ କୁମାର ସାହୁ, ଗଗନ ବିହାରୀ ସାହୁ ଓ ଯୁଗଳ କିଶୋର ସାହୁ (ଟୁକୁ )। କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମତାବକ, ଗତ ୨୦୨୪ ଜୁନ୍ ୧୬ ତାରିଖରେ ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ଠାରେ ଟ୍ରେଲର ଚାଳକକୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରିବା ପାଇଁ ଯାଇଥିବା ବେଳେ ପୁଲିସ ଉପରକୁ ପଥର ମାରିବା ସହ ପୁଲିସ ଗାଡିକୁ ଭାଙ୍ଗି ଦେଇଥିଲେ । ଏହି ଘଟଣାରେ ୩ ଜଣ ପୁଲିସ ଆହତ ହୋଇଥିଲେ । ଏହି ଘଟଣାରେ ପୁଲିସ ୧୨ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ତେବେ ଶନିବାର ୩ ଜଣ ଅଭିଯୁକ୍ତଙ୍କୁ ନିଜ ଗାଁରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଅନ୍ୟମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଧରାଯିବ ବୋଲି ତିଗିରିଆ ପୁଲିସ ପକ୍ଷରୁ କୁହାଯାଇଛି।