PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଧାରା ୩୫(କ)କୁ ନେଇ ନିଷ୍ପତ୍ତି ନିଆଯାଇପାରେ,କେନ୍ଦ୍ର ସରକାର; ୩୦ରେ ବିଜେପି କୋର କମିଟି ବୈଠକ

ନୂଆଦିଲ୍ଳୀ ୨୯/୦୭ :ଚଳିତ ମାସ ୩୦ ତାରିଖରେ ଜମ୍ମୁ-କାଶ୍ମୀରକୁ ନେଇ ବିଜେପିର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ରାଜ୍ୟର ବିଜେପି ନେତାମାନଙ୍କ ସହ କିଛି କେନ୍ଦ୍ରୀୟ ନେତା ବି ଯୋଗ ଦେବେ ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ବିଜେପି ରାଜ୍ୟ ଶାଖାର ଅଧ୍ୟକ୍ଷ ରବୀନ୍ଦର ରୈନା, କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ, ଦଳର ମହାସଚିବ ରାମମାଧବଙ୍କ ସହ ଦଳର ଅଧ୍ୟକ୍ଷ ଅମିତ ଶାହ, କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଏଥିରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସହ ସେଠାରେ ବିଧାନସଭା ନିର୍ବାଚନ କରାଇବା ନେଇ ଚର୍ଚ୍ଚା ହୋଇପାରେ । ତେବେ ମୋଦି ଓ ଶାହ ଏହି ବୈଠକରେ ଯୋଗ ଦେଉଥିବାରୁ ଏହାର ଗୁରୁତ୍ୱ ଯଥେଷ୍ଟ ବଢ଼ିଯାଇଛି । ଏଥିରୁ ବିଜେପି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବାର ସଂକେତ ମିଳୁଛି । ବିଜେପିର ରାଜ୍ୟ ଶାଖା ମଧ୍ୟ ବିଧାନସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାର ପ୍ରକାଶ କରିଛି । ହେଲେ ଏହି ବୈଠକରେ ଧାରା ୩୫(କ)କୁ ହଟାଇବା ପାଇଁ ବି କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ରିପୋର୍ଟ ପ୍ରକାଶ ପାଉଛି ।
କୁହାଯାଉଛି କି ଅମରନାଥ ଯାତ୍ରା ଶେଷ ହେବା ପରେ ସରକାର ଏନେଇ ଘୋଷଣା କରିପାରନ୍ତି ।

ବିଶେଷ କରି ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଏହି ଘୋଷଣା କରିପାରନ୍ତି । ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ଉପରୋକ୍ତ ଦୁଇଟି ଧାରାକୁ ହଟାଇବାକୁ ପ୍ରତିଶ୍ରୁତି ଦେଇଛି । ତେଣୁ ମୋଦି ସରକାର ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇପାରନ୍ତି । ଏହାପରେ ରାଜ୍ୟରେ ଉତ୍ତେଜନା ଦେଖାଦେଲେ ତାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତଦନୁଯାୟୀ, ଅମରନାଥ ଯାତ୍ରା ପାଇଁ ନିୟୋଜିତ ୪୦,୦୦୦ ଯବାନଙ୍କ ସହ ଏବେ ପଠାଯାଇଥିବା ୧୦,୦୦୦ ଯବାନଙ୍କୁ ଦଙ୍ଗା ନିୟନ୍ତ୍ରଣ ପାଇଁ ମୁତୟନ କରାଯିବ । ଏହା ମଧ୍ୟ କୁହାଯାଉଛି କି ଯେଉଁ ୧୦ ହଜାର ଯବାନଙ୍କୁ ଏବେ ସେଠାକୁ ପଠାଯାଉଛି, ସେମାନଙ୍କୁ ସ୍ୱତନ୍ତ୍ର ଭାବେ ବଛାଯାଇଛି ଏବଂ ଏକ ବଡ଼ ଘଟଣା ପାଇଁ ପ୍ରଶିକ୍ଷଣ ଦିଆଯାଇଛି । ତେବେ ଏହି ବଡ଼ ଘଟଣା କ’ଣ ତାହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି ।

ବାରୁଦ ଗଦାରେ ନିଆଁ ଲଗାଇବାକୁ ଉଦ୍ୟମ କରୁଛି କେନ୍ଦ୍ର: ମେହବୁବା

ଜମ୍ମୁ-କାଶ୍ମୀରରୁ ଧାରା ୩୫(କ)କୁ ହଟାଇବା ପାଇଁ କେନ୍ଦ୍ର ପ୍ରସ୍ତୁତି କରୁଥିବାର ଚର୍ଚ୍ଚା ହେଉଥିଲାବେଳେ ଏହାକୁ ନେଇ ପିଡିପି ନେତ୍ରୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଆଜି କେନ୍ଦ୍ରକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଧାରା ୩୫(କ)କୁ ହଟାଇବା ପାଇଁ ପ୍ରୟାସ କରିବା ବାରୁଦ ଗଦାରେ ନିଆଁ ଲଗାଇବା ସହିତ ସମାନ । ଯଦି କେହି ଏହି ଧାରାକୁ ହଟାଇବାକୁ ଉଦ୍ୟମ କରେ, ତାହାହେଲେ ତା’ର କେବଳ ହାତ ନୁହେଁ ବରଂ ସମ୍ପୂର୍ଣ୍ଣ ଦେହ ଜଳିଯିବ । ନିଜ ଦଳର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ସେ ସେମାନଙ୍କୁ ଧାରା ୩୫(କ)କୁ ବଜାୟ ରଖିବା ଉଦ୍ଦେଶ୍ୟରେ ବଡ଼ଧରଣର ସଂଗ୍ରାମ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ କରିଛନ୍ତି । ସେ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି କି ଆମେ ଦେହରେ ଶେଷ ରକ୍ତ ବୁନ୍ଦା ଥିବା ଯାଏଁ ଏହି ଧାରାର ସୁରକ୍ଷା ପାଇଁ ଲଢ଼ିବୁ । ଗତକାଲି ମଧ୍ୟ ସେ ଅନୁରୂପ ବୟାନ ଦେଇଥିଲେ ।

ସମ୍ବନ୍ଧିତ ଖବର