ପ୍ରମୂଖ ଖବର
  • କଟକ : ନିଆଁ ଲାଗି ଜଳିଗଲା ୩ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ନାବାଳକ ମୃତ
  • ||
  • ଭଞ୍ଜନଗର : ବ୍ରାହ୍ମଣପଦର ଗ୍ରାମରେ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ବେଗୁନିଆପଡ଼ା : ପୂର୍ବ ଶତ୍ରୁତାରୁ ୨ ଭାଇଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଭାରସାମ୍ୟ ହରାଇ ଦଳବୋଝେଇ ଖାଲକୁ ଖସିଲା ଟ୍ୟାଙ୍କର୍‌, ଡ୍ରାଇଭର ମୃତ
  • ||
  • ତଣ୍ଡିକେରା ଛକରୁ ଦୁଇ ସନ୍ଦିଗ୍ଧଙ୍କୁ ଉଠାଇନେଲା ଚନ୍ଦନପୁର ପୁଲିସ, ଚାଲିଛି ପରିଚୟ ଖୋଜା
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ- ଇଣ୍ଡିଆନ୍ ମଧ୍ୟ ହେବ କଡ଼ା ଟକ୍କର, ନଜରରେ ପନ୍ତ, ରୋହିତଙ୍କ ବ୍ୟାଟିଂ
  • ||
  • ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା, ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀ ପାଖକୁ ଉଠିଯିବ
  • ||
  • ଯାଜପୁରରେ ଚାଞ୍ଚଲ୍ୟ, କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଗଣଦୁଷ୍କର୍ମ ଅଭିଯୋଗ
  • ||
  • ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବେ
  • ||
  • ମୟୂରଭଞ୍ଜ : ଦୋକାନୀଙ୍କୁ ଠେଙ୍ଗାରେ ପିଟି ସୁନା ବ୍ୟାଗ୍‌ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ଭଦ୍ରକ : ଗୋରୁ ବୋଝେଇ ପିକଅପ୍‌ ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ୩ ଗୋରୁ ମୃତ, ଡ୍ରାଇଭର ଗୁରୁତର
  • ||
  • ରବିବାରଠୁ ତାତିରେ ବିରତି: ୨ ତାରିଖ ଯାଏ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଦୁଇଟି ବିବାହ, ୩ଟି ସନ୍ତାନ ପରେ ବି ଦ୍ୱାଦଶ ଛାତ୍ରଙ୍କ ପ୍ରେମରେ ପଡିଲେ ଶବ୍‌ନମ୍, ତୃତୀୟ ବିବାହ ପାଇଁ ବଦଳାଇଲେ ଧର୍ମ

Published By : Prameya | April 10, 2025 10:57 AM

ନୂଆଦିଲ୍ଲୀ ୧୦/୦୪: ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ଏକ ଅଭାବନୀୟ  ଘଟଣା ଘଟିଛି । ଜଣେ ୩୦ ବର୍ଷୀୟା ମୁସ୍‌ଲିମ୍‌ ମହିଳା ଧର୍ମ ବଦଳାଇ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳକକୁ ବିବାହ କରିଛନ୍ତି । ପୂର୍ବରୁ ମହିଳା ଜଣକ ଦୁଇଥର ବିବାହ କରିଥିଲେ । ତାଙ୍କର ୩ଟି ସନ୍ତାନ ବି ରହିଛନ୍ତି । ମହିଳାଙ୍କ ପ୍ରକୃତ ନାମ ଶବ୍‌ନମ୍‌ । ଧର୍ମ ବଦଳାଇବା ପରେ ସେ ନିଜ ନାମ ଶିବାନୀ ରଖିଛନ୍ତି । ବୁଧବାର ଏକ ମନ୍ଦିରରେ ବିବାହ ଅନୁଷ୍ଠିତ ହୋଇଥିବା ପୁଲିସ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । 

ହସନପୁର ସର୍କଲ ଅଫିସର ଦୀପ କୁମାର ପନ୍ତ କହିଛନ୍ତି,  ଶିବାନୀ ଜଣେ ଅନାଥ । ପୂର୍ବ ଦୁଇଟି ବିବାହରୁ ତାଙ୍କର ୩ ସନ୍ତାନ ରହିଛନ୍ତି । ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ ବେଆଇନ ଧର୍ମ ପରିବର୍ତ୍ତନ ନିବାରଣ ଆଇନ ଲାଗୁ ହୋଇଥିବାରୁ ଏହି ବିବାହ ଉପରେ ଅଧିକାରୀଙ୍କ ନଜର ରହିଛି । ଯଦିଓ  ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ବିବାହକୁ ନେଇ କୌଣସି ଅଭିଯୋଗ ଦାଖଲ ହୋଇନାହିଁ, ତଥାପି ପ୍ରବର୍ତ୍ତନ ଅଧିକାରୀମାନେ ଏହାର ଯାଞ୍ଚ କରୁଛନ୍ତି । 

ସର୍କଲ ଅଧିକାରୀଙ୍କ  ମୁତାବକ, ଶିବାନୀଙ୍କ ପ୍ରଥମ ବିବାହ ମୀରଟରେ ହୋଇଥିଲା । ଏହାପରେ ଛାଡ଼ପତ୍ର ହୋଇଥିଲା । ତୌଫିକ ନାମକ ଜଣେ ଯୁବକଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ । ୨୦୧୧ରେ ଏକ ସଡ଼କ ଦୁର୍ଘଟଣାରେ ତୌଫିକ ଭିନ୍ନକ୍ଷମ ହୋଇଯିବା ପରେ ତାଙ୍କଠାରୁ ଶିବାନୀ ଛାଡ଼ପତ୍ର ନେଇଥିଲେ । ଏହାପରେ ଦ୍ୱାଦଶରେ ପଢୁଥିବା ଜଣେ ୧୮ ବର୍ଷୀୟ ଛାତ୍ର ସହ ସମ୍ପର୍କ ଯୋଡ଼ିଥିଲେ । ସଇଦାନୱାଲି ନିବାସୀ ଛାତ୍ରର ପିତା ଦାତାରାମ ସିଂହ ନିଜ ପୁଅର ବିବାହରେ ସମ୍ମତି ଜଣାଇଛନ୍ତି । ଉଭୟ ସୁଖଶାନ୍ତିରେ  ସଂସାର କରନ୍ତୁ ବୋଲି ପରିବାର ଲୋକ ଆଶା ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.