ଭୁବନେଶ୍ଵର, ୧/୧୨ : ଓଡ଼ିଶା ହେବ ଆଇଟି ହବ୍। ୧୬ ମାସରେ ଖୋଲିଛି ୩୩ଟି ନୂଆ ଆଇଟି କମ୍ପାନୀ। ୨୫୨୮ ଜଣଙ୍କୁ ମିଳିଛି ନିଯୁକ୍ତି। ବର୍ତ୍ତମାନ ସୁଦ୍ଧା ୩୫୦ ଆଇଟି କମ୍ପାନୀ ଓଡ଼ିଶାରେ କାର୍ଯ୍ୟରତ ଅଛନ୍ତି। ୩୫ ହଜାରରୁ ଉର୍ଦ୍ଧ୍ଵ ଯୁବକ ଯୁବତୀ କାର୍ଯ୍ୟ କରୁଛନ୍ତି। ବିଶ୍ଵରେ ଓଡ଼ିଶା ସପ୍ଟୱେୟାରର ଚାହିଦା ଅଧିକ ରହିଛି। ଦେଶର ପ୍ରଥମ ୧୦ ରାଜ୍ୟରେ ଓଡ଼ିଶା ରହିଛି। ୨୦୨୪-୨୫ରେ ୮୫୦୦ କୋଟି ଟଙ୍କାର ସପ୍ଟୱେୟାର ରପ୍ତାନୀ କରାଯାଇଛି। ଗୃହରେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ରଖିଛନ୍ତି।