ବାଲେଶ୍ବର,୧୭।୨ : ବାଲେଶ୍ୱରରେ ସାଇବର ଠକେଇର ପର୍ଦ୍ଦାଫାଶ। ୪ ଅନ୍ତଃରାଜ୍ୟ ସାଇବର ଠକ ଗିରଫ। ୧୪୭ଟି ଏଟିଏମ୍ କାର୍ଡ ଓ ୪୯ଟି ଚେକ୍ ବୁକ୍ ସହ ବିଳାସପୂର୍ଣ୍ଣ କାର୍ ଜବତ। ଗିରଫ ଅଭିଯୁକ୍ତ ମାନେ ହେଲେ ଖନ୍ତାପଡ଼ା ଥାନା ଅଞ୍ଚଳର ଗୌତମ କୁମାର ଦାସ, ରବୀନ୍ଦ୍ର କୁମାର ମାଝୀ, କାର୍ତ୍ତିକ ସିଂହ ଓ ଦୀନକୃଷ୍ଣ ବେହେରା। ‘ସାଇବର କବଚ’ ସ୍ୱତନ୍ତ୍ର ଡ୍ରାଇଭ୍ ଜରିଆରେ ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି।

ମ୍ୟୁଲ୍ ଆକାଉଣ୍ଟ (Mule Accounts) ମାଧ୍ୟମରେ ଲୋକଙ୍କୁ ଠକି ଆସୁଥିଲେ। ସେମାନେ ଲୋକଙ୍କ ନାମରେ ସଞ୍ଚୟ ଏବଂ ଚଳନ୍ତି ବ୍ୟାଙ୍କ ଆକାଉଣ୍ଟ ଖୋଲି ସେଗୁଡ଼ିକୁ ଅନ୍ୟ ରାଜ୍ୟରେ ଭଡ଼ାରେ ଦେଉଥିବା ଜଣାପଡ଼ିଛି। ପୋଲିସ ସେମାନଙ୍କ ନିକଟରୁ ୧୪୭ଟି ଏଟିଏମ୍ କାର୍ଡ, ୪୯ଟି ଚେକ୍ ବୁକ୍, ୪ଟି ସ୍ମାର୍ଟଫୋନ୍ ଏବଂ ଏକ ଧଳା ରଙ୍ଗର ହୁଣ୍ଡାଇ ଭର୍ନା କାର୍ ଜବତ କରିଛି। ଏହି ଠକମାନଙ୍କ ନାମରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୨୫ଟି ସାଇବର ଅପରାଧ ମାମଲା ରହିଥିବା ବେଳେ ପ୍ରାୟ ୫୮ ଲକ୍ଷ ଟଙ୍କାର କାରବାର ହୋଇଥିବା ଡିଏସପି ଗାୟତ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା : ହୋଇପାରିଲାନି ଚାର୍ଜ ଫ୍ରେମ୍ , କୋର୍ଟରେ ବିକ୍ରମ ଦାଖଲ କଲେ ପିଟିସନ