PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ସିଲିଣ୍ଡରରୁ ଗ୍ୟାସ ଲିକ୍, ନିଆଁ ଲାଗି ୪ ଗୁରୁତର

ଜଗତସିଂହପୁର, ୮।୮ ରୋଷେଇ ଘରେ ରନ୍ଧନ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ପାଞ୍ଚଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଚାରିଜଣ ଗୁରୁତର ରହିଛନ୍ତି।  ଜଣେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଚାରିଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପୋରଗଦେଇ ପଞ୍ଚାୟତ ରାଣୀତୋଳା ଗ୍ରାମରେ ଘଟିଛି ଏଭଳି ଅଘଟଣ ।

ରୋଷେଇ ଘରେ ଗ୍ୟାସ ଲିକ୍ ଥିବା ବେଳେ ଚୁଲାରେ ଲାଇଟର ମାରିବାରୁ ଜଳି ଉଠିଲା ରୋଷେଇ ଘର। ଜଣକ ପରେ ଜଣେ ଉଦ୍ଧାର କରିବାକୁ ଯାଇ ପାଞ୍ଚଜଣ  ଆହାତ ହୋଇଛନ୍ତି। ଗ୍ରାମବାସୀ ମାନେ ୧୦୮ଆମ୍ବୁଲାନ୍ସ ଯୋଗେ ଘଟଣାସ୍ଥଳରୁ ଆହାତମାନଙ୍କୁ ଉଦ୍ଧାର କରି ପ୍ରଥମେ ମଣିଜଙ୍ଗାଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରା ଯାଇଛି। ରାଣୀତୋଳା ଗ୍ରାମର ପ୍ରଶାନ୍ତ ଦାଶଙ୍କ ସମେତ ଅନାମ ପତିଙ୍କ ପରିବାରର କଳ୍ପନା ପତି, ରଞ୍ଜନା ପତି,ଶ୍ରଦ୍ଧାଞ୍ଜଳି ପତି, କେତକୀ ପତି ଆହତ ହୋଇଛନ୍ତି। କେତକୀଙ୍କୁ ଛାଡି ଅନ୍ୟ ଚାରିଜଣ କଟକ ସ୍ଥାନାନ୍ତର କରାଯାଇଛି ।