ଆନନ୍ଦପୁର, ୧୧।୩ : ଗାଁ ରେ ଠିକା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗୋଟିଏ ଗୋଷ୍ଠୀ ର ଆକ୍ରମଣରେ ପ୍ରତିପକ୍ଷ ଗୋଷ୍ଠୀର ୪ ଆହତ ।  ଙ୍କ ମଧ୍ୟରୁ ଜଣେ ଗୁରୁତର । ଆନନ୍ଦପୁର ଥାନା ବଳଭଦ୍ରପୁର ଗାଁ ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ଗାଁକୁ ଆସିଥିବା ଏକ ଏନଆରଇଜିଏସ କାମ ଓ ଅନ୍ୟ ଏକ କାମକୁ ଗାଁ ର ଗୋଟିଏ ଗୋଷ୍ଠୀ ଜୋର ଜବରଦସ୍ତି କରୁଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ଆଜି ଗାଁରେ ବୈଠକ ବସି ଥିଲା । ଠିକା କାମର ଲାଭ ଗାଁରେ ଦେଶ ଠାକୁରଙ୍କ କାମ ରେ ଲାଗିବାକୁ ସ୍ଥିର ହୋଇଥିଲା । ହେଲେ କାମ କରୁଥିବା ଗୋଷ୍ଠୀ ଦେଶ ନିଷ୍ପତ୍ତିକୁ ନମାନି ବିରୋଧ କରୁଥିବା ଗୋଷ୍ଠୀ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବରପାଇ ଆନନ୍ଦପୁର ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।