ପାଣିକୋଇଲି,୨୯।୧: ଯାଜପୁର ଜିଲ୍ଲା ଗୋଳେଇପୁର ନିକଟରେ ନାଟ୍ୟ ମଣ୍ଡପ ଯାତ୍ରା ଅନୁଷ୍ଠାନର ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବଡ଼ବିରୁହାରେ ଯାତ୍ରା ସାରି ଫେରୁ ଥିବା ସମୟରେ ଭାରସାମ୍ୟ ହରାଇ ଟ୍ରକ୍ ଓଲଟି ପଡି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ବାଲିକୁଦା ଥାନା ଅଞ୍ଚଳ ର ଥୁଳରଞ୍ଜନ ନାୟକ (୬୦),ବାସୁଦବପୁର ଥାନା ଅଞ୍ଚଳ ମୁରଲୀଧର ବିଶ୍ୱାଳ(୫୬) , ବଡ଼ଚଣା ଥାନା ଅଞ୍ଚଳ ର ପ୍ରଫୁଲ ବାରିକ (୫୨)। ସମସ୍ତେ ଗୁରୁତର ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପୋଲିସ ଗାଡିଟିକୁ ଜବତ କରି ତଦନ୍ତ କରୁଛି।