ବୈପାରୀଗୁଡା, ୨୨।୬ : ଗୁପ୍ତେଶ୍ବର ପୀଠ ଦର୍ଶନ କରିବାକୁ କାରରେ ଯାଉଥିଲେ। ବାଟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ଘଟଣା ସ୍ଥଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡ଼ିରେ ବସିଥିବା ସ୍ୱାମୀ ସ୍ତ୍ରୀ ଗୁରୁତର l କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ରାସ୍ତା ମାଣ୍ଡିକିଝରଣ ଛକରେ ଘଟିଛି ଅଘଟଣ l ମୃତକ ଡ୍ରାଇଭର ଜଣକ ହେଲେ ସୂର୍ଯ୍ୟ କାନ୍ତି ମହାନ୍ତି l
ସୂଚନା ଅନୁଯାୟୀ, ଜଗତସିଂପୁର ଅଂଚଳର ଦମ୍ପତି ଏକ କାରରେ ଡ୍ରାଇଭରଙ୍କ ସହ ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲେ l ଗୁପ୍ତେଶ୍ୱର ପୀଠ ପହଂଚିବା ପୂର୍ବରୁ ମାଣ୍ଡିକିଝରଣ ଛକରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା କାର। ଘଟଣା ସ୍ଥଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡ଼ିରେ ବସିଥିବା ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିଲେ। l ଉଭୟ ଗୁରୁତରଙ୍କୁ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜୟପୁର ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ଗୁରୁତର ସ୍ୱାମୀ ସୁଧୁରି ନାୟକ ଓ ସ୍ତ୍ରୀ ଧରିତ୍ରୀ ରଥ ବୋଲି ଜଣା ପଡିଛି l
ଆହୁରି ପଢନ୍ତୁ : ସଂଘବଦ୍ଧ ଆକ୍ରମଣ : ଟାଙ୍ଗିଆ ଚୋଟରେ ଜଣେ ମୃତ, ୩ ଗୁରୁତର