ନୂଆଦିଲ୍ଲୀ,୨୧/୮ : ପାଲଘରର ତାରାପୁର-ବୋଇସର ଶିଳ୍ପାଞ୍ଚଳରେ ଥିବା ଏକ ଫାର୍ମାସିଟ୍ୟୁକାଲ କମ୍ପାନୀରେ ଅଘଟଣ । ଗ୍ୟାସ ଲିକ୍ ହୋଇ ଜଣଙ୍କର ୪ମୃତ୍ୟୁ ହୋଇଛି । ମହାରାଷ୍ଟ୍ରର ପାଲଘର ଜିଲ୍ଲାର ତାରାପୁର-ବୋଇସର ଶିଳ୍ପାଞ୍ଚଳରେ ଥିବା ଏକ ଫାର୍ମାସିଟ୍ୟୁକାଲ କମ୍ପାନୀରୁ ଲିକ୍ ହୋଇଥିବା ନାଇଟ୍ରୋଜେନ ଗ୍ୟାସ୍ ନିଶ୍ୱାସ ନେବାରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଥିବା ସୂଚନା ମିଳିଛି ।
ଅଧିକାରୀଙ୍କ ଅନୁଯାୟୀ, ଘଟଣାଟି ଅପରାହ୍ନରେ ମୁମ୍ବାଇରୁ ପ୍ରାୟ ୧୩୦କିଲୋମିଟର ଦୂର ବୋଇସର ଶିଳ୍ପା ଅଞ୍ଚଳରେ ଅବସ୍ଥିତ ଫାର୍ମାସିଟ୍ୟୁକାଲ ଫାର୍ମାରେ ଘଟିଥିଲା । ପାଲଘର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସେଲର ମୁଖ୍ୟ ବିବେକାନନ୍ଦ କଦମ କହିଛନ୍ତି ଯେ, ଅପରାହ୍ନ ୨.୩୦ ରୁ ୩ଟା ମଧ୍ୟରେ କମ୍ପାନୀର ଗୋଟିଏ ୟୁନିଟରେ ନାଇଟ୍ରୋଜେନ ଗ୍ୟାସ ଲିକ୍ ହୋଇଥିଲା, ଯାହା ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପ୍ରଭାବିତ କରିଥିଲା ।