ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନାଗପୁରରେ ଚାଞ୍ଚଲ୍ୟ, ଗୋଟିଏ ପରିବାରରୁ ୪ ଜଣଙ୍କ ମୃତଦେହ ଉଦ୍ଧାର

Published By : Anindita Ratha | October 2, 2024 3:10 PM

ନୂଆଦିଲ୍ଲୀ,୦୨/୧୦: ଗୋଟିଏ ପରିବାରର ୪ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମହାରାଷ୍ଟ୍ରର ନାଗପୁରରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ତେବେ ସେଠାର ଜଣେ ଅବସରପ୍ରାପ୍ତ ଶିକ୍ଷକ, ତାଙ୍କ ପତ୍ନୀ ଏବଂ ଦୁଇ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆତ୍ମହତ୍ୟାକୁ ନେଇ ପୋଲିସ ସନ୍ଦେହ ପ୍ରକଟ କରିଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଇସାଇଡାଲ ନୋଟ୍ ପାଇଥିଲା। ଯେଉଁଥିରେ ୪ ଜଣଙ୍କ ଦସ୍ତଖତ ରହିଛି। ଘଟଣାର ତଦନ୍ତ କରାଯାଉଥିବା ନେଇ ପୋଲିସ କହିଛି।

ସୂଚନା ମୁତାବକ, ସେଠାର ଅବସରପ୍ରାପ୍ତ ଶିକ୍ଷକ ବିଜୟ ତାଙ୍କ ପତ୍ନୀ ମାଲାଙ୍କ ସହ ରହୁଥିଲେ। ତାଙ୍କର ଦୁଇ ପୁଅ ଥିଲେ ଦୀପକ ଏବଂ ଗଣେଶ । ଉଭୟ ବାହା ହୋଇନଥିଲେ । ମଧ୍ୟପ୍ରଦେଶର ସମବାୟ ସମିତିରେ ସେମାନଙ୍କ ଗୋଟିଏ ପୁଅ ବିରୋଧରେ ଠକେଇ ମାମଲା ଚାଲିଥିଲା । ଯେଉଁଥିରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ମାତ୍ର ଏକ ମାସ ପୂର୍ବରୁ ଜାମିନ ମିଳିଥିଲା। ସେହିପରି ଆତ୍ମହତ୍ୟା ନୋଟରେ ଏହା ଉଲ୍ଲେଖ କରାଯାଇଛି  ଯେ ଏହି ଠକେଇରେ ତାଙ୍କ ନାଁ ଆସିବା ପରେ ସେ ଚିନ୍ତିତ ହୋଇ ଆତ୍ମହତ୍ୟା କରିଛନ୍ତି। ତେବେ ପୋଲିସ ସନ୍ଦେହ କରୁଛି ଯେ ଯଦି ଗୋଟିଏ ପୁଅ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ସମଗ୍ର ପରିବାର କାହିଁକି ଆତ୍ମହତ୍ୟା କଲେ। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି କୁହାଯାଉଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.