PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସେକ୍ସ ରାକେଟ ସନ୍ଦେହରେ ଚଢାଉ,୪ ମହିଳା ଅଟକ

ବ୍ରହ୍ମପୁର,୨୩।୧୧: ସେକ୍ସ ରାକେଟ ଚାଲୁଥିବା ସନ୍ଦେହ କରି ପୁଲିସ ପକ୍ଷରୁ ଗଜପତିନଗର ୫ମ ଗଳି ସ୍ଥିତ ଏକ ଲଜ ତଥା ହୋଟେଲ ଉପରେ ଚଢାଉ କରାଯାଇଛି । ସେହି ହୋଟେଲରୁ ୪ ଜଣ ମହିଳାଙ୍କୁ ଠାବ କରାଯାଇଥିଲେ ମଧ୍ୟ ସେକ୍ସ ରାକେଟରେ ସଂପୃକ୍ତ ଯୁବତୀ କିମ୍ବା ଗ୍ରାହକ ଧରାପଡ଼ି ନାହାନ୍ତି । ଏହି ମଳିାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଛି ।

ଏହି ଲଜରେ ସେକ୍ସ ରାକେଟ ଚାଲୁଥିବା ସନ୍ଦେହ କରି କିଛି ଲୋକ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ସେଠାରେ ଚଢାଉ କରିବାକୁ ବ୍ରହ୍ମପୁର ଏସପି ବୈଦ୍ୟନାଥପୁର ଥାନାକୁ ନିର୍ଦେଶ ଦେଇଥିଲେ । ଥାନାଅଧିକାରୀ ରାମ କୁମାର ମୂର୍ମୁ ଓ ତାଙ୍କ ଟିମ ଅଚାନକ ସେଠାରେ ଚଢାଉ କରିଥିଲେ । ହେଲେ ଯୁବତୀ କିମ୍ବା ଗ୍ରାହକ ମିଳିନଥିଲେ । ପ୍ରକାଶଥାଉକି, କିଛି ଦିନ ତଳେ ଟାଟାବେଞ୍ଜ ଛକ ସ୍ଥିତ ତୁଳସୀ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲୁଥିବା ବେଳେ ପୁଲିସ ପକ୍ଷରୁ ଚଢଉ କରାଯାଇ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ଗ୍ରାହକ ଓ ହୋଟେଲ କର୍ମଚାରୀଙ୍କୁ ମିଶାଇ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଥିଲା ।