ଭୁବନେଶ୍ବର,୭/୯: ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ କାର୍ଯ୍ୟାଳୟରେ ୪୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି ।ଏଥିସହ ଧନ୍ଦାମୂଳକ ଶିକ୍ଷାକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମନ୍ତ୍ରୀ ।
ଡ଼ିଜିଟାଲ ଏଜୁକେଶନକୁ ଗୁରୁତ୍ବ ଦେଇ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଡ଼ିଜିଟାଲ ଏଜୁକେଶନ ଶିକ୍ଷାକୁ ହାସଲ କରି ନିଜ ଗୋଡ଼ରେ ନିଜେ ଠିଆ ହେବେ ଯୁବକ ଯୁବତୀ । ତେଣୁ ସମସ୍ତେ ମିଳିତ ପ୍ରୟାସ କରିବା ଉଟିତ୍ । ସ୍ବାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବାକୁ ପରାମର୍ଶ ଦେଇଛନ୍ତି।ସେହିପରି ୪୩ ବର୍ଷ ଧରି ଯୁକ୍ତ ଦୁଇ ପରୀକ୍ଷା ସଠିକ୍ ଭାବେ ପରିଚାଳନା କରିଥିବାରୁ ପରିଷଦକୁ ଧନ୍ୟବାଦ୍ ଦେଇଛନ୍ତି। ଆହୁରି କହିଛନ୍ତି ଯେ, ଦୁଇଟି ବୋର୍ଡକୁ ଗୋଟିଏ କରିବାକୁ ନିଷ୍ପତି ହୋଇସାରିଛି। ହେଲେ ଏହାର ସୁଫଳ ପାଇବେ ସବୁ ଛାତ୍ରଛାତ୍ରୀ।ନୂତନ ଜାତୀୟ ଶିକ୍ଷା ନୀତି ଅଧୀନରେ ଚଳିତ ବର୍ଷ ପରିବେଶ ସନ୍ତୁଳନତା, ସୁରକ୍ଷା ବିଷୟ କୁ ବାଧ୍ୟତା ମୂଳକ କରାଯାଇଛି। ଏହାଛଡା ୭ ଟି ଧନ୍ଦା ମୂଳକ ବିଷୟକୁ କରିକୁଲମ୍ ରେ ରଖାଯାଇଛି ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ। ଏହାଛଡା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।