ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

କାର ସହ ୪୫ କେଜି ଗଞ୍ଜେଇ ଜବତ

Published By : Prameya | April 27, 2025 8:52 PM

ଫିରିଙ୍ଗିଆ, ୨୭।୪ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ଟେଲାପାଲୀ ନିକଟ କୁଡୁକି ଛକ ନିକଟରେ ଅବକାରୀ ବିଭାଗ କାର ସହ ୪୫ କେଜି ଗଞ୍ଜେଇ ଜବତ କରିଛି l  ଏହି ଘଟଣାରେ କାର ଚାଳକଙ୍କ ସହ ୨ ଜଣ ଗଞ୍ଜେଇ ଚାଲାଣକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି l  

ଫିରିଙ୍ଗିଆ ପଟୁ ଫୁଲବାଣୀ ଆଡକୁ ଦ୍ରୁତ ଗତିରେ ଯାଉଥିବା ଏକ କାରକୁ ଅଟକାଇଥିଲେ ଅବକାରୀ  ପୋଲିସ।  ଗଞ୍ଜେଇ ଚାଲାଣକାରୀ ତୁରନ୍ତ ଗାଡିକୁ ଛାଡି ଦେଇ ଦୌଡ଼ି ପଳାଇଥିଲେ ଜଙ୍ଗଲରେ l ଗାଡିକୁ ତନଖି କରିବା ପରେ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣି ଗାଡ଼ିରେ ଥିବା ଗଞ୍ଜେଇ ଓ ଗାଡିକୁ ଜବତ କରିଥିଲା ଅବକାରୀ ବିଭାଗ l ଏହି ଚଢ଼ାଉ ବେଳେ ଅବକାରୀ ଅଧିକାରୀ ବିନୋଦ ବସେ ଙ୍କ ସହ ସବଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ମଲିକ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ l ଗାଡ଼ିରେ ଥିବା ଗଞ୍ଜେଇ ଓଜନ ପରେ ୪୫ କେଜି ଗଞ୍ଜେଇ ହୋଇଥିଲା ଏହି ଗଞ୍ଜେଇ ଚାଲାଣକୁ ନେଇ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ଅବକାରୀ ପ୍ରକାଶ ଚନ୍ଦ୍ର ମଲିକ   ସୂଚନା ଦେଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.