ମାଲକାନଗିରି, ୨୫।୪ : ତେଲେଙ୍ଗାନାରେ ୩୨ଟି ଅତ୍ୟାଧୁନିକ ବନ୍ଧୁକ ସହ ୪୭ଜଣ ମାଓବାଦୀ  ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା​‌େ​‌ ମାଓବାଦୀଙ୍କ  ମଧ୍ୟରେ  ରହିଛନ୍ତି PLGA ବାଟାଲିୟନ ର ୪ ଜଣ ସଦସ୍ୟ,  ଦଣ୍ଡକାରଣ୍ୟ ସ୍ପେଶାଳ ଜୋନାଲ କମିଟିର ୨୭ ଜଣ SBDVC ର ୧୬ ଜଣ ସଦସ୍ୟ । ସେମାନଙ୍କ ମଧ୍ୟରେ ପ୍ରମୁଖ କ୍ୟାଡର ହେଉଛନ୍ତି  ବିମଳା, ସାଭଲମ ବିଚମ ଓରଫ ବିଜୁ, ହେମଲା ବିଜୟ, ଏବଂ ପୋଡିୟମ୍ ଲାଚୁ ଓରଫ ବିନୋଦ ।

ମାଓ ସଂଗଠନରେ ଥିବା ସମସ୍ତ ଅସ୍ତ୍ରଶସ୍ତ୍ର ଓ ୩୨ ଟି ବନ୍ଧୁକ ସହ ତେଲେଙ୍ଗାନା ଡିଜିପିଙ୍କ ପାଖରେ ଏମାନେ ଆତ୍ମସମର୍ପଣ କରିଛନ୍ତ।  ହେଲେ ସରକାରଙ୍କ ନିୟମ ଅନୁଯାଇ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି ତେଲାଙ୍ଗାନା ଡିଡିପି କହିଛନ୍ତି ।

​​​​​​​ଆହୁରି ପଢନ୍ତୁ : ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ବ୍ୟବହୃତ ୨ ଗାଡି ଜବତ