ବ୍ରହ୍ମପୁର, ୨୫।୪ : ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଅପହରଣ ଓ ହତ୍ୟା କରିବା ପାଇଁ ବ୍ୟବହୃତ ହୋଇଥିବା ଦୁଇଟି ଗାଡିକୁ ଜବତ କରିଛି ଗୋପାଳପୁର ପୁଲିସ ।ଗୋପାଳପୁର ଥାନା ଅଞ୍ଚଳର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଗତ ୧୫ ତାରିଖ ସନ୍ଧ୍ୟା ସମୟରେ ଡିଫେନ୍ସ କଲୋନୀ ନିକଟରୁ ବୋଲେରୋ ଗାଡ଼ିରେ ଅପହରଣ କରିଥିଲେ ।ଏହି ଗାଡିକୁ ଏବେ ଗୋପାଳପୁର ପୁଲିସ ଜବତ କରିଛି। ଏହି ଗାଡ଼ିରେ ଅପହରଣ କରି ନେଉଥିବା ବେଳେ ପୁରୁଷୋତ୍ତମପୁର ନିକଟରେ ଗାଡି ଖରାପ ହୋଇ ଥିବାରୁ ଅନ୍ୟ ଏକ ଗାଡ଼ିରେ ସୋରଡ଼ା ଅଭିମୁଖେ ନେଇଥିଲେ। ଅନ୍ୟ ଏକ ଗାଡ଼ିରେ ସେଠାରୁ ବୁଗୁଡ଼ା, ସୋରଡ଼ା ଅଭିମୁଖେ ନେଇ ହତ୍ୟା ପାଇଁ ବ୍ୟବହୃତ ଗାଡିକୁ ମଧ୍ୟ ପୁଲିସ ଜବତ କରିଛି ।ଜବତ ଦୁଇଟି ଗାଡି ଏବେ ଗୋପାଳପୁର ଥାନାରେ ଜବତ କରି ରଖା ଯାଇଛି।
ସୂଚନାଯୋଗ୍ୟ ଯେବ୍ରହ୍ମପୁର ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁରରେ ଚଳିତ ମାସ ୧୫ ତାରିଖରେ ହୋଇଥିବା ପ୍ଲଟ୍ ବ୍ୟବସାୟୀ ସୁଧିର ପାତ୍ରଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ସୁଧିରଙ୍କ ଝିଆରୀ ଓ ପୁତୁରାଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁଧିରଙ୍କ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାର କୁମାର ପାତ୍ର, ନିବେଦିତାଙ୍କ ପୁରୁଷ ବନ୍ଧୁ କାଳୁ ଚରଣ ପ୍ରଧାନ ,ଜିତୁନ ପଲେଇ, ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ସୁଭମ ନାୟକ, ସୁଭମ ଗୌଡ଼ ଓ ସୂର୍ଯ୍ୟ ପ୍ରତାପ ସିଂ।
ସୁଧିର ବୁଧବାର ଗୋପାଳପୁର ଥାନା ଅନ୍ତର୍ଗତ ବଣଗାଁକୁ ଖେଳିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରିବା ସମୟରେ ଏକ ବୋଲେରୋ ଗାଡ଼ିରେ ତାଙ୍କୁ ଅପହରଣ କରାଯାଇଥିଲା ସୁଧିରଙ୍କୁ ବୁଗୁଡ଼ାର ରାମପାଦ ଜଙ୍ଗଲକୁ ଅପହରଣକାରୀ ମାନେ ନେଇଥିଲେ । ସେଠାରେ ତାଙ୍କୁ ଅପହରଣକାରୀ ମାନେ ତଳେ ପକାଇ ଲାତ ଗୋଇଠା ସହ ବାଡ଼ିରେ ମାଡ଼ ମାରିଥିଲେ । ସୁଧିରଙ୍କୁ ମାଡ଼ ମାରୁ ମାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କ ମୃତଦେହକୁ କାରରେ ଆଣି ସୋରଡ଼ାର କେଟାମଣି ପର୍ବତ ନିକଟରେ ଥିବା ଜଙ୍ଗଲରେ ଫିଙ୍ଗି ଦେଇ ସେଠାରୁ ଫେରାର ହୋଇଯାଇଥିଲେ ।`