ଭୁବନେଶ୍ବର, ୨୭।୧ : ଛାତ ଉପରେ ବୋମା ବିସ୍ଫୋରଣ।  ବୋମା ଭିଡିବା ବେଳେ ବିସ୍ଫୋରଣ । ଏଥିରେ  ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଭୁବନେଶ୍ବର ସୁନ୍ଦରପଦା ନିୟୁ ଆଜାଦ ନଗରରେ ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୁଲିସ ପହଞ୍ଚି  ଘଟଣାର   ତଦନ୍ତ କରୁଛି। ଘଟଣାସ୍ଥଳରେ ଡିସିପି ପହଞ୍ଚି ମଧ୍ୟ ଘଟଣାର ତଦନ୍ତ କରିଥିଲେ।  ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରୁ ୪ ଜଣ ଘରୋଇ ହସ୍ପିଟାଲକୁ  ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ଅଛନ୍ତି ସାହିଲ ଖାନ୍, ସାହାଜାନ ମଲ୍ଲିକ, ତୃପ୍ତିମୟୀ ବଳ ଓ ସୌମ୍ୟରଞ୍ଜନ ମୁଦୁଲି ।

ଘର ଭଡା ନେଇଥିବା  ସାହାନାଜ ଅଲ୍ଲୀ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ସାହାନାଜ ଅଲ୍ଲୀ ନାଁରେ ହତ୍ୟା, ବିସ୍ଫୋରଣ, ଗଣ୍ଡଗୋଳ ଭଳି ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ଯାହାକୁ ନେଇ ଖୋଳତାଡ଼ କରୁଛି ପୋଲିସ । ତାଙ୍କ ନାଁରେ କମିସନରେଟ ପୋଲିସ ଅଞ୍ଚଳରେ ୬ରୁ ଅଧିକ ମାମଲା ରହିଛି ।  ସାହାନାଜ, ତାଙ୍କ ମା', ବାନ୍ଧବୀ ଏବଂ ସାଙ୍ଗ  ଆହତ ହୋଇଛନ୍ତି । ଅପରାଧ ଘଟାଇବାକୁ ଭଡାରେ ଘର ନେଇ ବୋମା ତିଆରି କରୁଥିଲେ । ଘର ମାଲିକଙ୍କୁ ପଚରା ଉଚରା କରୁଛି ପୋଲିସ ।

ଆହୁରି ପଢନ୍ତୁ : ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ