ଭୁବନେଶ୍ବର,୨୩।୧୦ : ରାଜ୍ୟ କ୍ୟାବିନେଟ ବୈଠକ ଲୋକସେବା ଭବନରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ୬ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି  ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ଜିଏସଟି  ଆକ୍ଟରେ ସଂଶୋଧନ ହୋଇଛି । ଜିଏସଟିରେ ୩୪ ଟି ବିଷୟରେ ସଂଶୋଧନ କରାଯାଇଛି ।  

ସେହିପରି   କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବାକୁ ଅନୁମୋଦନ ମିଳିଛି ।  ୪ ହଜାରରୁ ଉର୍ଦ୍ଧ୍ବ ଧାନ କ୍ରୟ କେନ୍ଦ୍ର ଖୋଲାଯିବ । ଜଣେ ଜଣେ ଅଫିସର ପ୍ରତି ମଣ୍ଡିରେ ରହିବେ । ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ । କଟନୀ ଛଟନି ହେବନି। ୧୭  ଲକ୍ଷ ଚାଷୀ ପଞ୍ଜୀକୃତ  ହୋଇଛନ୍ତି। ଚଳିତ ବର୍ଷ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବେ ସରକାର। ନଭେମ୍ବର ୨୦୨୪ରୁ ମାର୍ଚ୍ଚ ୨୦୨୫ ଯାଏ ଖରିଫ୍ ଧାନ ସଂଗ୍ରହ କରାଯିବ। କେବଳ ପଞ୍ଜୀକୃତ ଚାଷୀ ଙ୍କ ଠାରୁ ସେମାନଙ୍କ ବଳକା ଧାନ କିଣାଯିବ।

 ବିମାନ ସଂଯୋଗ ପାଇଁ ଉଡାଣ ଯୋଜନା ଏବଂ ଓଡ଼ିଶା ସରକାରଙ୍କ ଯୋଜନା ମାଧ୍ୟମରେ ବିଭିନ୍ନ ନୂଆ ନୂଆ ଜାଗାକୁ ଯୋଡିବା ପାଇଁ ରିହାତି ନୀତି ଅନୁମୋଦନ ହୋଇଛି ।  ସୁଭଦ୍ରା ଯୋଜନାରେ ଏକ କୋଟି ଉପରେ ପଞ୍ଜୀକରଣ ହୋଇଛି । ୬୦ ଲକ୍ଷ ଉପରେ ହିତାଧିକାରୀ ଟଙ୍କା ପାଇ ସାରିଲେଣି । ୨ଲକ୍ଷ ୭୦ ହଜାର  ନାକଚ ହୋଇଛି । କାହିଁକି କଟିଲା ସେଗୁଡିକୁ ଯାଞ୍ଚ କରାଯିବ ।