ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

କ୍ୟାବିନେଟ ବୈଠକରେ ୬ ପ୍ରସ୍ତାବକୁ ମୋହର, ସୁଭ୍ରଦା ଯୋଜନାରେ ସଂଶୋଧନକୁ ମଞ୍ଜୁରୀ

Published By : Suraj Kumar | October 23, 2024 4:39 PM

ଭୁବନେଶ୍ବର,୨୩।୧୦ : ରାଜ୍ୟ କ୍ୟାବିନେଟ ବୈଠକ ଲୋକସେବା ଭବନରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ୬ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି  ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ଜିଏସଟି  ଆକ୍ଟରେ ସଂଶୋଧନ ହୋଇଛି । ଜିଏସଟିରେ ୩୪ ଟି ବିଷୟରେ ସଂଶୋଧନ କରାଯାଇଛି ।  

ସେହିପରି   କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବାକୁ ଅନୁମୋଦନ ମିଳିଛି ।  ୪ ହଜାରରୁ ଉର୍ଦ୍ଧ୍ବ ଧାନ କ୍ରୟ କେନ୍ଦ୍ର ଖୋଲାଯିବ । ଜଣେ ଜଣେ ଅଫିସର ପ୍ରତି ମଣ୍ଡିରେ ରହିବେ । ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ । କଟନୀ ଛଟନି ହେବନି। ୧୭  ଲକ୍ଷ ଚାଷୀ ପଞ୍ଜୀକୃତ  ହୋଇଛନ୍ତି। ଚଳିତ ବର୍ଷ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବେ ସରକାର। ନଭେମ୍ବର ୨୦୨୪ରୁ ମାର୍ଚ୍ଚ ୨୦୨୫ ଯାଏ ଖରିଫ୍ ଧାନ ସଂଗ୍ରହ କରାଯିବ। କେବଳ ପଞ୍ଜୀକୃତ ଚାଷୀ ଙ୍କ ଠାରୁ ସେମାନଙ୍କ ବଳକା ଧାନ କିଣାଯିବ।

 ବିମାନ ସଂଯୋଗ ପାଇଁ ଉଡାଣ ଯୋଜନା ଏବଂ ଓଡ଼ିଶା ସରକାରଙ୍କ ଯୋଜନା ମାଧ୍ୟମରେ ବିଭିନ୍ନ ନୂଆ ନୂଆ ଜାଗାକୁ ଯୋଡିବା ପାଇଁ ରିହାତି ନୀତି ଅନୁମୋଦନ ହୋଇଛି ।  ସୁଭଦ୍ରା ଯୋଜନାରେ ଏକ କୋଟି ଉପରେ ପଞ୍ଜୀକରଣ ହୋଇଛି । ୬୦ ଲକ୍ଷ ଉପରେ ହିତାଧିକାରୀ ଟଙ୍କା ପାଇ ସାରିଲେଣି । ୨ଲକ୍ଷ ୭୦ ହଜାର  ନାକଚ ହୋଇଛି । କାହିଁକି କଟିଲା ସେଗୁଡିକୁ ଯାଞ୍ଚ କରାଯିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.