ମାଲକାନଗିରି, ୩୦|୩(ଆପ୍ର ): ମାଲକାନଗିରି ଜିଲ୍ଲା ଛତିଶଗଡ଼ ସୀମାନ୍ତରେ ମାଓବାଦୀଙ୍କୁ ଘାରିଛି ଏନ କାଉଣ୍ଟର ଭୟ । ୬୮ ଲକ୍ଷ ଇନାମି ୧୪ ମାଓବାଦୀଙ୍କ ସହ ମୋଟ ୫୦ ମାଓବାଦୀ କରିଛନ୍ତି ଆତ୍ମସମର୍ପଣ।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରେ ନକ୍ସଲବାଦ ବିରୋଧରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ୬୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ୧୪ ଜଣ ମାଓବାଦୀଙ୍କ ସମେତ ମୋଟ ୫୦ ଜଣ ମାଓବାଦୀ ପୋଲିସ ଅଧିକ୍ଷକ ଜିତେନ୍ଦ୍ର ଯାଦବଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି।

ଛତିଶଗଡରେ ମାଓ ସଙ୍ଗଠନ ନିଜର ସ୍ଥିତି ବଜାଇ ରଖିବା ପାଇଁ ସଂଗ୍ରାମ କରୁଥିବା ନୀତି ପ୍ରତିଦିନ ଅନେକ ମାଓବାଦୀ ଯବାନଙ୍କ ଗୁଳିରେ ମୃତ୍ୟୁ ବରଣ କରୁଛନ୍ତି। ଏପରି ସ୍ଥିତିରେ ଶତାଧିକ ମାଓବାଦୀ ଆତ୍ମସମର୍ପଣ କରବାକୁ ଇଛା ପ୍ରକାଶ କରିଛନ୍ତି। ଏହି କ୍ରମରେ ୫୦ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀ ମାନେ ମାଓ ସଙ୍ଗଠନର ପିଏଲଯିଏ ବାଟାଲିୟନ ନମ୍ବର ୧ର ବୋଲି ଜଣାପଡିଛି। ସୁରକ୍ଷା ବାହିନୀର ନିରନ୍ତର ଅପରେସନ୍, ସରକାରଙ୍କ ପୁନର୍ବାସ ନୀତି, ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ଏବଂ ମାଓ ସଙ୍ଗଠନ ସ୍ଥିତି ହରାଉଥିବାରୁ ମାଓବାଦୀମାନେ ସଂଗଠନ ପ୍ରତି ଅତିଷ୍ଠ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରୁଥିବା ପ୍ରକାଶ କରିଛନ୍ତି। ୨ ଆତ୍ମସମର୍ପଣ କାରୀଙ୍କ ମଧ୍ୟରେ ନମ୍ବର ୬୮ ଲକ୍ଷ ଇନାମ ଥିବା ୧୪ ଜଣ କ୍ୟାଡର ମାଓବାଦୀ ରହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପୁନର୍ବାସ ଯୋଜନା ଅଧୀନରେ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।