ନୂଆଦିଲ୍ଲୀ ୦୩/୦୨: ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ଓସ୍କାର ଭାବରେ ବିବେଚିତ ହେଉଥିବା ଗ୍ରାମୀ ଆୱାର୍ଡ ୨୦୨୫ ଲସ୍ ଆଞ୍ଜେଲ୍ସର କ୍ରିପ୍ଟୋ ଡଟ୍ କମ୍‌ ଏରିନାରେ ଅନୁଷ୍ଠିତ ହୋଇଛି। ଏହି ପୁରସ୍କାର କାର୍ଯ୍ୟକ୍ରମରେ, ସଂଗୀତ ଦୁନିଆର ଦିଗଜମାନଙ୍କୁ ବିଭିନ୍ନ ବର୍ଗରେ ସମ୍ମାନୀତ କରାଯାଏ। ଏଥର ୬୭ ତମ ଗ୍ରାମୀ ଆୱାର୍ଡ୍ସର ବିଜେତାଙ୍କ ଲିଷ୍ଟ ଜାରି କରାଯାଇଛି। ଏହି ଲିଷ୍ଟରେ ସ୍ଥାନ ପାଇଛନ୍ତି ଭାରତୀୟ-ଆମେରିକୀୟ ଗାୟିକା ତଥା ଉଦ୍ୟୋଗୀ ଚନ୍ଦ୍ରିକା ଟଣ୍ଡନ୍। ସେ ଆଲବମ୍‌ ତ୍ରିବେଣୀ ପାଇଁ, ନ୍ୟୁ ଏଜ୍‌, ଆମ୍ବିଏଣ୍ଟ୍ ବର୍ଗରେ ଗ୍ରାମୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।

ଭାରତରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ଫେବୃଆରୀ ୩ରେ ଗ୍ରାମି ଆୱାର୍ଡ୍ସକୁ ଷ୍ଟ୍ରିମ୍‌ କରାଯାଇଛି। ଏଥର ସଙ୍ଗୀତ ଜଗତର ଅନେକ ପ୍ରସିଦ୍ଧ ଚେହେରା ତାଙ୍କ ନାଁରେ ପୁରସ୍କାର କରିଛନ୍ତି । 

ବେଷ୍ଟ କଣ୍ଟ୍ରି ଆଲବମ୍- କାଓବଏ କାର୍ଟର୍ ସଙ୍ଗ୍‌, ବିୟୋନ୍ସେ 

ବେଷ୍ଟ ରାପ୍ ଆଲବମ୍- ଆଲିଗେଟର୍ ବାଇଟ୍ସ ନେଭର୍‌ ହ୍ୱିଲ୍‌ ସଙ୍ଗ୍‌, ଡିଏଚି

ବେଷ୍ଟ ପପ୍ ଭୋକାଲ୍ ଆଲବମ୍- ସର୍ଟ ଆଣ୍ଡ୍‌ ସ୍ୱିଟ୍‌ ସଙ୍ଗ୍‌, ସବରୀନା କାର୍ପେଣ୍ଟର୍ 

ବେଷ୍ଟ ଗସ୍ପଲ ପ୍ରଦର୍ଶନ ସଙ୍ଗ୍‌ - ୱାନ୍‌ ହାଲେଲୁଜା 

ପ୍ରଡ୍ୟୁସର ଅଫ୍‌ ଦି ଇୟର୍‌, ନନ୍‌ କ୍ଲାସିକାଲ୍‌ - ଡାନିଏର ନିଗ୍ରୋ

ବର୍ଷର ସଙ୍ଗ୍‌ ରାଇଟର୍‌ ଅଫ୍‌ ଦି ଇୟର୍‌, ନନ୍‌ କ୍ଲାସିକାଲ୍‌ - ଆମି ଆଲେନ୍ 

ବେଷ୍ଟ କଣ୍ଟ୍ରି ସଙ୍ଗ୍‌- କେସି ମୁସଗ୍ରେଭସ୍ 

ବେଷ୍ଟ କ୍ଲାସିକାଲ୍‌ ସୋଲୋ ଭୋକାଲ୍ ଆଲବମ୍ – କ୍ୟାରେନ୍‌ ସ୍ଲାକ୍ 

ବେଷ୍ଟ ରକ୍ ଆଲବମ୍- ହ୍ୟାକନି ଡାଏମଣ୍ଡ୍‌ ସଙ୍ଗ୍‌, ଦି ରୋଲିଂ ଷ୍ଟୋନ୍ 

ବେଷ୍ଟ ରାପ୍ ପରଫମାନ୍ସ ପରର୍ଫମାନ୍ସ – ନଟ୍‌ ଲାଇକ୍‌ ଅସ୍‌ - କେଣ୍ଡ୍ରିକ୍ ଲାମାର 

ବେଷ୍ଟ ଟ୍ରାଡିସନାଲ୍‌ ପପ୍ ଭୋକାଲ୍ ଆଲବମ୍ – ଭିଜନ୍‌, ନୋରା ଜୋନ୍ସ 

ବେଷ୍ଟ କଣ୍ଟେମ୍ପରୀ ଅନଷ୍ଟ୍ରୁମେଣ୍ଟାଲ୍‌ ଆଲବମ୍ - ପ୍ଲଟ୍ ଅର୍ମର, ଟେଲର ଇଗଷ୍ଟି 

ବେଷ୍ଟ ଲାଟିନ୍ ପପ୍ ଆଲବମ୍- ଶକିରା 

ବେଷ୍ଟ ନ୍ୟୁ ଏଜ୍‌, ଆମ୍ବିଏଣ୍ଟ୍ ଆଲବମ୍ - ତ୍ରିବେଣୀ, ଭାରତୀୟ-ଆମେରିକୀୟ ସିଙ୍ଗ୍‌ ଚନ୍ଦ୍ରିକା ଟଣ୍ଡନ୍ 

ରେକର୍ଡ ଅଫ୍‌ ଦି ଇୟର୍‌- କେଣ୍ଡ୍ରିକ୍ ଲାମାର

ସର୍ବୋତ୍ତମ ପପ୍ ଡୁଓ - ଲେଡି ଗାଗା ଏବଂ ବ୍ରୁନୋ ମାର୍ସ