ନୂଆଦିଲ୍ଲୀ,୧୪।୭: ଭାରତ ଏବଂ ପଶ୍ଚିମ ଏସିଆ ଭିତରେ ସାମୁଦ୍ରିକ ବାଣିଜ୍ୟ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ହେଉଛି ହର୍ମୁଜ ଷ୍ଟେ୍ରଟ୍। ଯେଉଁଠି ମଙ୍ଗଳବାର ହୋଇଛି ବଡ଼ ହମଲା । ଓମାନର ସମୁଦ୍ର କ୍ଷେତ୍ର ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ମିସାଇଲ ମାଡ ହୋଇଥିଲା, ଯାହା ଭିତରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ୬ ଜଣ ଭାରତୀୟ ଆହତ ହୋଇଛନ୍ତି। ୟୁଏଇର ସୂଚନା ଅନୁସାରେ, ମୋମ୍ବାସା ଓ ଅଲ୍ ବାହିୟାହ ନାମକ ଟ୍ୟାଙ୍କର ଷ୍ଟେ୍ରଟ୍ର ଦକ୍ଷିଣ ନୌବାହନ ମାର୍ଗ ଦେଇ ଯାଉଥିଲା। ସେତେବେଳେ ଏହି ଆକ୍ରମଣ ହୋଇଥିଲା। ଏହାର ଦୁଇ ଦିନ ପୂର୍ବରୁ ମଧ୍ୟ ସାଇପ୍ରସ ପତାକା ଥିବା କଣ୍ଟେନର ଜାହାଜ ଉପରେ ଆକ୍ରମଣରେ ଜଣେ ଭାରତୀୟ ନାବିକ ନିଖୋଜ ହୋଇଯାଇଥିଲେ। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ଦାବି କରିଛି ଏହି ଜାହାଜ ଏହାର ଚେତାବନୀକୁ ଅଣଦେଖା କରିଥିଲେ,ତେଣୁ ଏହାକୁ ଟାର୍ଗେଟ କରାଯାଇଛି।
ଇରାନ- ଆମେରିକା ସଂଘର୍ଷ ଆରମ୍ଭ ହେବାପରେ ପଶ୍ଚିମ ଏସିଆରେ ଭାରତୀୟ ନାବିକଙ୍କ ମୃତ୍ୟୁ ଓ ବିପଦ ଘଟଣା ଲଗାତାର ବଢିବାରେ ଲାଗିଛି। ତାଜା ଘଟଣା ପରେ ଏହି ସଂଘର୍ଷରେ ଜୀବନ ଯାଇଥିବା ଭାରତୀୟଙ୍କ ସଂଖ୍ୟା ବଢିକି ୧୪ ହୋଇଯାଇଛି। ସରକାରୀ ରିପୋର୍ଟ ଅନୁସାରେ, ସୋମବାର ପର୍ଯ୍ୟନ୍ତ ୭ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ଆଉ ଜଣେ ନାବିକଙ୍କ ମୃତ୍ୟୁ ମଧ୍ୟ ଏଥିରେ ଯୋଡି ହୋଇ ଯାଇଛି। ଗତ ମାସ ଅନ୍ୟ ଏକ ତୈଳ ଟ୍ୟାଙ୍କର ଉପରେ ଆମେରିକା ଆକ୍ରମଣରେ ୩ ଭାରତୀୟ ନାବିକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।
ଦୁଇ ଅଲଗା ଅଲଗା ସମୁଦ୍ର ମାର୍ଗର ହେଉଛି ବ୍ୟବହାର
ବର୍ତ୍ତମାନ ପାରସ୍ ଉପସାଗରରେ ହର୍ମୁଜ ଷ୍ଟେ୍ରଟ୍ର ପଶ୍ଚିମରେ ୭ ଭାରତୀୟ ଜାହାଜ ରହିଛି। ଯାହା ଭିତରେ ୧୪୮ ଭାରତୀୟ ନାଗରିକ ରହିଛନ୍ତି। ଏହାଛଡା ଭାରତ ସହ ଜଡିତ ୧୧ ଅନ୍ୟ ଜାହାଜକୁ ଦରକାର ପଡିଲେ ସୁରକ୍ଷିତ ବାହାର କରିବାର ଯୋଜନା ପ୍ରସ୍ତୁତ କରାଯାଉଛି। ହର୍ମୁଜ ବାଟ ଦେଇ ଯାଉଥିବା ଜାହାଜ ପାଇଁ ବର୍ତ୍ତମାନ ଦୁଇଟି ଅଲଗା ଅଲଗା ସମୁଦ୍ର ମାର୍ଗ ସୁରକ୍ଷିତ ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୩,୯୧୮ ନାବିକଙ୍କୁ ବିଭିନ୍ନ ଶିପିଂ କମ୍ପାନୀ ସୁରକ୍ଷିତ ବାହାର କରିସାରିଛି। ହର୍ମୁଜ ବାଟ ଦେଇ ଯାଉଥିବା ଜାହାଜ ପାଇଁ ବର୍ତ୍ତମାନ ଦୁଇଟି ଅଲଗା ଅଲଗା ସମୁଦ୍ର ମାର୍ଗ ବ୍ୟବହାର କରାଯାଉଛି। ପ୍ରଥମ ଦକ୍ଷିଣ ମାର୍ଗ ଓମାନର ସମୁଦ୍ର ମାର୍ଗ ଦେଇ ଯାଉଛି। ସେଭଳି ଆଉ ଏକ ମାର୍ଗ ଇରାନର ସମୁଦ୍ର ମାର୍ଗ ଦେଇ ଯାଉଛି। ଆମେରିକା ଓ ଜାତିସଂଘର ସମୁଦ୍ର ସଂଗଠନ (IMO) ଦକ୍ଷିଣ ମାର୍ଗକୁ ସୁରକ୍ଷିତ ବୋଲି ମନେକରିଥାଏ। ସେଭଳି ଇରାନର କହିବା ଅନୁସାରେ, ଜାହାଜକୁ ଏହାର ନିୟନ୍ତ୍ରଣରେ ଥିବା ଉତ୍ତର ମାର୍ଗ ଦେଇ ଯିବା ଦରକାର।
ନିକଟ ଦିନ ଗୁଡିକରେ ଦକ୍ଷିଣ ମାର୍ଗରୁ ଜାହାଜ ଚଳାଚଳ ପ୍ରାୟ ବନ୍ଦ ହୋଇଯାଇଛି, କାରଣ ଇରାନ ଆକ୍ରମଣ ଭୟରେ ବହୁ ଜାହାଜ ଏବେ ନିଜର ଟ୍ରାନ୍ସପୋଡର ବନ୍ଦ କରି ଗୁପ୍ତ ରୂପରେ ଯାତ୍ରା କରୁଛି। ଯୁଦ୍ଧ ଆରମ୍ଭ ହେବାପରେ ଭାରତ ଆସିବାକୁ ଥିବା ୫୭ ଜାହାଜ ଏହି ଷ୍ଟେ୍ରଟ୍ ଦେଇ ପାର କରିସାରିଛି। ଯାହା ଭିତରେ ତେଲ, ଗ୍ୟାସ୍, ସାର ଓ ଅନ୍ୟ ଜରୁରୀ ଜିନିଷ ନେଇ ଆସୁଥିବା ଜିନିଷ ରହିଛି। ଆମେରିକା ଓ ଇରାନ ଭିତରେ ହୋଇଥିବା ଅସ୍ଥାୟୀ ଅସ୍ତ୍ରବିରତି ପ୍ରାୟ ଶେଷ ହୋଇଥିବାର ନଜର ଆସିଛି। ଇରାନ ପୁଣିଥରେ ହର୍ମୁଜ ବନ୍ଦ କରିବାର ଘୋଷଣା କରିଛି। ଏହାର ଜବାବ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ କହିଛନ୍ତି ଏହି ଜଳମାର୍ଗ ଯେ କୌଣସି ସ୍ଥିତିରେ ଖୋଲା ରହିବ।
ଆହୁରି ପଢନ୍ତୁ : କସାବକୁ ତୁକାରାମ ଜୀବନ୍ତ ଧରିନଥିଲେ ହିନ୍ଦୁ ହୋଇଥାନ୍ତେ ବଦନାମ, ୨୬/୧୧ ଆକ୍ରମଣ ମାମଲାରେ ମଣିଙ୍କ ଚାଞ୍ଚଲ୍ୟକର ବୟାନ