ଝାରସୁଗୁଡା, ୧୧।୭ : ଶୁଦ୍ଧିକ୍ରିୟା ଭୋଜିରେ ୨ ପଡୋଶୀ ମଧ୍ୟରେ ବଚସା। ଏହାକୁ ନେଇ ପଡୋଶୀ ଭୁଜାଲି ଆକ୍ରମଣରେ ପଡୋଶୀ ଗୁରୁତର l ଗୁରୁତର ଜଣକ ହେଲେ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପିଥିଣ୍ଡା ଗାଁର ଅନାମ ମାଝୀ । ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ପିଥିଣ୍ଡା ଗାଁର ପ୍ରେମାନନ୍ଦ ବିଶି l

ଶୁକ୍ରବାର ସକାଳେ ଗାଁ ରେ ଚାଲିଥିବା ଏକ ଶୁଦ୍ଧିକ୍ରିୟା ଭୋଜିରେ ପ୍ରେମାନନ୍ଦ ଏବଂ ଅନାମ ମଧ୍ୟରେ ବଚାସା ହୋଇଥିଲା l ଏହାକୁ କେନ୍ଦ୍ର କରି ଅପରାହ୍ନରେ ଗାଁ ମାଉସୀ ମନ୍ଦିର ନିକଟରେ ପ୍ରେମାନନ୍ଦ ଅନାମଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ l ଫଳରେ ଅନାମାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିବାସହ ସେ ଗୁରୁତର ଆହତ ହୋଇଥିଲେ l ତାଙ୍କୁ ଚିକିତ୍ସା ପାଇଁ ପଠାଯାଇଥିବାବେଳେ ପ୍ରେମାନନ୍ଦ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ଆକ୍ରମଣରେ ବ୍ୟବହୃତ ଭୁଜାଲିକୁ ଜବତ କରିଛି ପୋଲିସ l

ଆହୁରି ପଢନ୍ତୁ : ଭୁବନେଶ୍ବର ବିଜେବି ନଗରରେ ଅଘଟଣ , ପାଇଖାନା ଟାଙ୍କିରେ ପଡି ୨ ଶ୍ରମିକ ମୃତ