ଗାନ୍ଧୀନଗର: ଗୁଜୁରାଟ ବୋଡଦରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାୟୁ ସେନା ଷ୍ଟେସନ ଦାର୍ଜିପୁରା ନିକଟରେ ଏକ ଅଟୋରିକ୍ସା ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ଆହତ ହୋଇଛନ୍ତି। ସୂଚନା ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଆହତ ଲୋକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଜିଲ୍ଲାପାଳ ଏପି ଗୋର ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ସୁରଟରୁ ଅହମଦାବାଦ ଯାଉଥିବା ଏକ ଟ୍ରକ୍ ଟି ଅପରପକ୍ଷରୁ ଆସୁଥିବା ଏକ କାରକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଫଳରେ ଭୁଲ ରାସ୍ତାରେ ଆସୁଥିବା ୧୪ ଜଣ ଯାତ୍ରୀକୁ ନେଇ ଏକ ଅଟୋରିକ୍ସାକୁ ଟ୍ରକ୍ ଟି ଧକା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଆଉ ୭ ଜଣ ଗୁରୁତର ଆହତ ହୋଇଛନ୍ତି।
wp:html/wp:htmlGujarat | 7 people dead, 7 injured in a collision between an autorickshaw and a trailer truck near Air Force Station Darjipura in Vadodara pic.twitter.com/G2WbGsRULN
— ANI (@ANI) October 4, 2022
ଏହି ଦୁର୍ଘଟଣା ଯୋଗୁ ଜାତୀୟ ରାଜପଥ-୪୮ ଜାମ୍ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ତୁରନ୍ତ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଥିଲା। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକ ପରିବାରଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆହତ ଲୋକଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବା ନେଇ ଘୋଷଣା କରିଛନ୍ତି।