ନୂଆଦିଲ୍ଲୀ : ଉତ୍ତର କନ୍ନଡ ଜିଲ୍ଲାରେ ଥଟ୍ଟେ ହକ୍କଲୁ ନଦୀରେ ଦୁଃଖଦ ଘଟଣା ଘଟିଛି। ନଦୀ ଭିତରୁ ଶଙ୍ଖ ସଂଗ୍ରହ କରିବାକୁ ଯାଇ ଗୋଟିଏ ପରିବାରର ଆଠ ଜଣ ସଦସ୍ୟ ବୁଡ଼ି ଯାଇଛନ୍ତି, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି। ବୁଡ଼ି ଯାଇଥିବା ଲୋକଙ୍କ ମଧ୍ୟରେ ସାତ ଜଣ ମହିଳା ଥିବା ବେଳେ ଆଉ ଦୁଇ ଜଣ ନିଖୋଜ ଅଛନ୍ତି। ରବିବାର ପୁଲିସ ସୂତ୍ରରୁ ଏହି ସୂଚନା ମିଳିଛି। ପୁଲିସ ସୂତ୍ରାନୁସାରେ , ଶିରାଲୀ ଗାଁର ପ୍ରାୟ ୧୪ ଜଣ ଲୋକ ଶଙ୍ଖ ସଂଗ୍ରହ କରିବାକୁ ନଦୀ ଭିତରକୁ ଯାଇ ଥିଲେ। ନଦୀ କୂଳ ଓ ତଟୀୟ ଅଞ୍ଚଳରେ ରହୁଥିବା ସ୍ଥାନୀୟ ସଂପ୍ରଦାୟର ଏହା ପାରମ୍ପରିକ କାର୍ଯ୍ୟ।
ପିଏମ ମୋଦି ମଧ୍ୟ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ କ୍ଷତିପୂରଣର ଘୋଷଣା କରିଛନ୍ତି। ସେ କହିଛନ୍ତି –କର୍ଣ୍ଣାଟକର କାରୱାର ଜିଲ୍ଲାରେ ହୋଇଥିବା ଦୁଃଖଦ ଘଟଣା ବିଷୟରେ ଶୁଣି ମୁଁ ବହୁତ ଦୁଃଖିତ। ଯେଉଁ ଲୋକେ ତାଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ଗଭୀର ସମ୍ୱେଦନା ଜଣାଉଛି। ମୁଁ ଆହତ ଲୋକଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୃତକଙ୍କ ପରିବାର ଲୋକଙ୍କୁ ପିଏମଏନଆରଏଫ୍ ରୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ।
ପୁଲିସ ସୂତ୍ରାନୁସାରେ , ଲୋକେ ପାଣି ସ୍ତରକୁ ସଠିକ୍ ଭାବେ ଆକଳନ ନକରି ନଦୀର ଗଭୀରତାକୁ ଚାଲି ଯାଇଥିଲେ। ହଠାତ୍ ଜଳର ପ୍ରଖର ସ୍ରୋତରେ ଫସିବା ଦ୍ୱାରା ଜଣେ କି ଦୁଇ ଜଣ ଲୋକ ଭାସି ଯାଇଛନ୍ତି। ଏହାପରେ ପାଣିରେ ଫସି ରହିଥିବା ଲୋକଙ୍କୁ ବଞ୍ଚାଇବାର ପ୍ରୟାସରେ କିଛି ବ୍ୟକ୍ତି ନଦୀକୁ ଡ଼େଇଁ ପଡ଼ିଥିଲେ। ଏହି ସମୟରେ ପ୍ରଖର ସ୍ରୋତରେ ଆହୁରି ଲୋକେ ଫସି ଗଲେ। ପୁଲିସ ଅନୁସାରେ , ଏବେସୁଦ୍ଧା ୮ଟି ମୃତଦେହ ମିଳିଥିବା ବେଳେ ଆଉ ଦୁଇ ଜଣ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ , ପୁଲିସ ଟିମ୍ ଓ ସ୍ଥାନୀୟ ନିବାସୀ ଖୋଜିବା ଅଭିଯାନ ଜାରି ରଖିଛନ୍ତି। ମୃତକଙ୍କ ଚିହ୍ନଟ ହୋଇଛି। ସେମାନେ ଭଟକଲ ତାଲୁକ ସ୍ଥିତ ଶିରାଲୀ ନିବାସୀ ସୂତ୍ରୁ ପ୍ରକାଶ ଯେ, ଏହି ଘଟଣା ସ୍ଥଳୀରେ ବର୍ଷା କାରଣରୁ ନଦୀର ସ୍ରୋତ ଖୁବ୍ ଗତିଶୀଳ ହୋଇଥିଲା। ଫଳରେ ଏହି ଘଟଣା ଘଟିଥିଲା। ଅନେକ ଲୋକ ଭାସି ଗଲେ , ଯେଉଁମାନେ ଶଙ୍ଖ ଗୁଡ଼ିକୁ ସଂଗ୍ରହ କରିବା ପାଇଁ ନଦୀର ଗଭୀରତାକୁ ଯାଇଥିଲେ।
ଆହୁରି ମଧ୍ୟ ପଢନ୍ତୁ : ରିମୋଟରେ ବନ୍ଦ କରିବା ପରେ ମଧ୍ୟ କାହିଁକି ଜଳି ରହେ ସ୍ମାର୍ଟ ଟିଭିର ନାଲି ଲାଇଟ୍ ? ଜାଣନ୍ତୁ