ନୂଆଦିଲ୍ଲୀ : ଆଜିକା ସମୟରେ ପ୍ରାୟ ପ୍ରତି ଘରେ ସ୍ମାର୍ଟ ଟିଭି ରହିଥାଏ। ଲୋକେ ଏହାକୁ ରିମୋଟରୁ ବନ୍ଦ କରି ନିଶ୍ଚିତ ହୋଇ ଯାନ୍ତି , କିନ୍ତୁ ଅନେକ ଥର ଟିଭି ବନ୍ଦ ହେବା ପରେ ମଧ୍ୟ ତଳେ ଲାଗିଥିବା ଛୋଟ ନାଲି ଲାଇଟ୍‌ ଲଗାତାର ଜଳି ରହି ଥାଏ। ଏଥିରେ କିଛି ଲୋକଙ୍କ ମନରେ ପ୍ରଶ୍ନ ଆସେ ଯେ, ପ୍ରକୃତରେ ଟିଭି ସଂପୂର୍ଣ୍ଣ ରୂପେ ବନ୍ଦ ହେବା ସତ୍ତ୍ୱେ ଏହି ଲାଇଟ୍‌ କାହିଁକି ଅନ୍‌ ରହିଥାଏ ? ଟିଭିକୁ କଣ ବିଦ୍ୟୁତ୍‌ ଯାଉଥାଏ , ନା ଏହା ପଛରେ ଆଉ କୌଣସି କାରଣ ଅଛି ? ଆସନ୍ତୁ ସହଜରେ ଜାଣିବା କଣ ପୂରା ମାମଲା।

ପ୍ରକୃତ କଥା ହେଲା , ଯେବେ ଆପଣ ସ୍ମାର୍ଟ ଟିଭିକୁ ରିମୋଟରେ ବନ୍ଦ କରନ୍ତି , ତ ଅଧିକାଂଶ ଟିଭି ସଂପୂର୍ଣ୍ଣ ରୂପେ ପାୱାର ଅଫ୍‌ ହୋଇ ନଥାଏ , ସେ ଷ୍ଟାଣ୍ଡବାଏ ମୋଡରେ ରହିଥାଏ। ଏହି ସମୟରେ ସ୍କ୍ରିନ ବନ୍ଦ ହୋଇ ଯାଏ , କିନ୍ତୁ ଟିଭିର କିଛି ହାର୍ଡୱେୟାର ଆକ୍ଟିଭ୍‌ ରହିଥାଏ। ଏହା କାରଣରୁ ଟିଭିରେ ଲାଗି ଥିବା ନାଲି କିମ୍ୱା କମଳା ରଙ୍ଗର ଲାଇଟ୍‌ ଜଳି ରହିଥାଏ। ଷ୍ଟାଣ୍ଡବାଏ ମୋଡର ଫାଇଦା ଏହା ଯେ, ଟିଭିକୁ ଆଉ ଥରେ ରିମୋଟ୍‌ ପ୍ରେସ୍‌ କରିବା କ୍ଷଣି ଚାଲୁ ହୋଇଥାଏ। ଯଦି ଟିଭି ସଂପୂର୍ଣ୍ଣ ରୂପେ ବନ୍ଦ ହୋଇ ଯାଏ ତ ଏହାକୁ ଅନ୍ ହେବାରେ ଅଧିକ ସମୟ ଲାଗିବ।

ସ୍ମାର୍ଟ ଟିଭି ତିଆରି କରୁଥିବା କମ୍ପାନୀମାନେ ଅନେକ କାରଣରୁ ଏହି ଫିଚର ଦେଇଥାନ୍ତି , ସବୁଠୁ ବଡ଼ କାରଣ ୟୁଜର ଏକ୍ସପିରିୟନ୍ସ । ଷ୍ଟାଣ୍ଡବାଏ ମୋଡରେ ରହିବା ଦ୍ୱାରା ଟିଭି ଖୁବ୍‌ ଶୀଘ୍ର ଅନ୍‌ ହୋଇଥାଏ ଏବଂ ବ୍ୟାକଗ୍ରାଉଣ୍ଡରେ ଜରୁରୀ ଅପଡେଟ ମଧ୍ୟ ଡାଉନଲୋଡ କରିପାରିବେ। ଏହା ବ୍ୟତୀତ ଅନେକ ସ୍ମାର୍ଟ ଟିଭିରେ ଇଣ୍ଟରନେଟ୍‌ ରହିଥାଏ। ଏହି କ୍ରମରେ ସେହ ସଫ୍ଟୱେୟାର ଅପଡେଟ୍‌ , ଭଏସ କଣ୍ଟ୍ରୋଲ ଓ ସ୍ମାର୍ଟ ଫିଚର୍ସକୁ ଆକ୍ଟିଭ ରଖିବା ପାଇଁ କିଛି ବିଦ୍ୟୁତ୍‌ ଲଗାତାର ବ୍ୟବହାର କରନ୍ତି।  ଏହି ହେଉଛି ପ୍ରକୃତ କଥା ଯାହା ବିଷୟରେ ଅଧିକାଂଶ ଲୋକେ ଜାଣି ନଥାନ୍ତି।

ହେଲେ ଷ୍ଟାଣ୍ଡବାଏ ମୋଡରେ ଟିଭି ବହୁତ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ କରିଥାଏ , କିନ୍ତୁ  ଏହି ଖର୍ଚ୍ଚ ସଂପୂର୍ଣ୍ଣ ରୂପେ ଜିରୋ ନୁହେଁ , ସାଧାରଣ ଭାବେ  ସ୍ମାର୍ଟ ଟିଭି ଷ୍ଟାଣ୍ଡବାଏରେ 0.5 Wରୁ 5W ଯାଏ ବିଦ୍ୟୁତ୍‌ ବ୍ୟବହାର କରିପାରେ। ଯଦି ଘରେ ଅନେକ ଡିଭାଇସ ଲଗାତାର ଷ୍ଟାଣ୍ଡବାଏ ମୋଡରେ ରହେ , ତ ମାସର ଶେଷରେ ବିଦ୍ୟୁତ୍‌ ବିଲ୍‌ ଉପରେ ଏହାର ପ୍ରଭାବ ଦେଖି ପାରିବେ। ବିଶେଷକରି ବଡ଼ ବଡ଼ OLED ଓ ହାଇ –ଏଣ୍ଡ ସ୍ମାର୍ଟ ଟିଭିରେ ଏହି ବିଦ୍ୟୁତ୍‌ ଖର୍ଚ୍ଚ କିଛି ଅଧିକ ହୋଇପାରେ।

ଅଧିକାଂଶ ମାମଲାରେ ଏହା ପୂରା ସାଧାରଣ କଥା । ଏହି ଲାଇଟ୍‌ କେବଳ ଏହି ସଙ୍କେତ ଦେଇଥାଏ ଯେ, ଟିଭିକୁ ବିଦ୍ୟୁତ୍‌ ମିଳୁଛି  ଏବଂ ତାହା ଷ୍ଟାଣ୍ଡବାଏ ମୋଡରେ ଅଛି। କିନ୍ତୁ ଯଦି ଲାଇଟ୍‌ ଲଗାତାର ବ୍ଲିଙ୍କ କରିବ କିମ୍ୱା ଟିଭି ଅନ୍‌ ନହୁଏ ତ ଏହା କୌଣସି ଟେକନିକ୍‌ ଖରାପର ସଙ୍କେତ ମଧ୍ୟ ହୋଇପାରେ।

ଦେଖନ୍ତୁ ଏହି ଭିଡ଼ିଓ - କ'ଣ ଆପଣ ବି ରିମୋଟ୍ ରେ ବନ୍ଦ କରନ୍ତି ସ୍ମାର୍ଟ ଟିଭି,ନିରବରେ ବଢ଼ିଯିବ ବିଦ୍ୟୁତ ବିଲ୍ ..!

ଯଦି ଆପଣ ବିଦ୍ୟୁତ୍‌ ବଞ୍ଚାଇବାକୁ ଚାହାନ୍ତି , ତ ଟିଭିକୁ ସଂପୂର୍ଣ୍ଣ ରୂପେ ଅଫ୍‌ କରିବାକୁ ଚାହାନ୍ତି ତ କେବଳ ରିମୋଟରେ ବନ୍ଦ କରିବା ପରିବର୍ତ୍ତେ – ଟିଭିର ମେନ୍‌ ପାୱାର ବଟନ ବନ୍ଦ କରନ୍ତୁ କିମ୍ୱା ସିଧାସଳଖ ପ୍ଲଗ୍‌ ବାହାର କରି ଦିଅନ୍ତୁ । ପାୱାର ଷ୍ଟ୍ରିପ୍‌ର ସ୍ୱିଚ୍‌ ଅଫ୍‌ କରନ୍ତୁ । ଏଥିରେ ଟିଭି ସଂପୂର୍ଣ୍ଣ ରୂପେ ବିଦ୍ୟୁତ୍‌ ନେବା ବନ୍ଦ କରି ଦେବ। ବାରମ୍ୱାର ପ୍ଲଗ୍‌ ବାହାରିବା ଜରୁରୀ ନୁହେଁ। କିନ୍ତୁ ଯଦି ଆପଣ ଦୀର୍ଘ ସମୟ ପାଇଁ ଘରୁ ବାହାରକୁ ଯାଉଛନ୍ତି  କିମ୍ୱା ବିଦ୍ୟୁତ୍ ସେଭ୍‌ କରିବାକୁ ଚାହାନ୍ତି ତ ଟିଭିକୁ ମେନ୍ ସ୍ୱିଚ୍‌ ଦ୍ୱାରା ବନ୍ଦ କରିବା ଭଲ ମନେକରାଯାଏ । ଏଥିରେ ବିଦ୍ୟୁତ୍‌ର ସେଭ୍‌ ମଧ୍ୟ ହୋଇଥାଏ ଏବଂ ହଠାତ୍‌ ଆସୁଥିବା ପାୱାର ସର୍ଜରୁ ଟିଭି ସୁରକ୍ଷିତ ରହିପାରେ।

ଆହୁରି ମଧ୍ୟ ପଢନ୍ତୁ : ୩ ଲକ୍ଷ ଆୟ କରୁଥିବା ଲୋକେ ମଧ୍ୟ ଚିନ୍ତାରେ ! ନଖାଇ ନପିଇ ୧୨ ବର୍ଷ ସଞ୍ଚୟ କଲେ ମିଳିପାରେ ମୁମ୍ୱାଇରେ 2BHK