ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆଜି (ରବିବାର) ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ୮ ଜଣ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି। PTI ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ରବିବାର କର୍ଣ୍ଣାଟକର ଉତ୍ତର କନ୍ନଡ଼ର ଥାଟ୍ଟେ ହକ୍କାଲୁ ନଦୀରେ ଅତି କମରେ ୮ ଜଣ ବୁଡ଼ି ଯାଇଛନ୍ତି। ଏହି ଘଟଣା ଭଟକାଲ ନିକଟରେ ଘଟିଛି। ଦୁର୍ଘଟଣା ପରେ, ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଜରୁରୀକାଳୀନ ଦଳ ଏକ ବ୍ୟାପକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଅଧିକାରୀ ମାନେ କହିଛନ୍ତି ଯେ ନଦୀରେ ଗାଧୋଇବା ସମୟରେ ଅନେକ ଲୋକ ସ୍ରୋତରେ ଭାସି ଯାଇଛନ୍ତି। ଉଦ୍ଧାରକାରୀ ମାନେ ସେମାନଙ୍କର ପ୍ରୟାସ ଜାରି ରଖିଛନ୍ତି, କାରଣ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଅଧିକ ସୂଚନା ଅପେକ୍ଷା କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ କ୍ଷତିପୂରଣ ଘୋଷଣା କରିଛନ୍ତି…
ପ୍ରଧାନମନ୍ତ୍ରୀ ମୋଦୀ ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ କ୍ଷତିପୂରଣ ଘୋଷଣା କରିଛନ୍ତି। PMO ର X ହ୍ୟାଣ୍ଡେଲରେ ପ୍ରକାଶିତ ଏକ ପୋଷ୍ଟରେ, PM ମୋଦୀ କହିଛନ୍ତି, "କର୍ଣ୍ଣାଟକର କରୱାର ଜିଲ୍ଲାରେ ଘଟିଥିବା ଦୁଃଖଦ ଘଟଣା ବିଷୟରେ ଶୁଣି ମୁଁ ଗଭୀର ଭାବରେ ମର୍ମାହତ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା।"
ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଆହତ ମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାରକୁ PMNRF ରୁ ୨ ଲକ୍ଷ ଏବଂ ଆହତ ମାନଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
VIDEO | Uttara Kannada: Ten people are feared dead after drowning in the Bhatkal river in Uttara Kannada district. Search and rescue operations are currently underway. pic.twitter.com/XpLV18rQnU
— Press Trust of India (@PTI_News) May 24, 2026