ଭୁବନେଶ୍ୱର ୧୫/୦୭: ଗଞ୍ଜେଇ କାରବାରର ନୂଆ ନୂଆ ତରିକା। ଦାମୀ କାରରେ କନ୍ଧମାଳରୁ ଭୁବନେଶ୍ୱରକୁ ଭୟା ନାୟଗଡ଼ ଦେଇ ଗଞ୍ଜେଇ ଚାଲାଣ କରୁଥିଲେ । ହେଲେ ଅବକାରୀ ଅଧିକାରୀଙ୍କ ତୀକ୍ଷ୍ମ ନଜରରୁ ଖସିପାରିଲେନି ଲୈଲା-ମଜନୁ। ଗୋଡ଼ା ଗୋଡ଼ି ବେଳେ ମାଡ଼ି ବସିଲା ଅବକାରୀ ଟିମ୍‌। ଦୁଇଟି ଦାମ୍‌ କାର ଡିକିରୁ ପ୍ରାୟ ୭୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ମାମଲାରେ ୨ ଜଣ ମହିଳାଙ୍କ ସମେତ ୨ ପୁରୁଷଙ୍କୁ ଅଟକ ରଖି ପଚରାଉଚରା କରିଛୁ ଟିମ୍। 

​​​​​​​

କନ୍ଧମାଳରୁ ଭୁବନେଶ୍ୱରକୁ ଭାୟା ନୟାଗଡ଼ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ସୁତ୍ରରୁ ଖବର ପାଇଥିଲା । ଏହି ସୂଚନା ଆଧାରରେ ଆକ୍ସନ ମୋଡ଼କୁ ଆସିଥିଲା ଅବକାରୀ ଟିମ୍ । ନୟାଗଡ଼ ଅଞ୍ଚଳରେ ଛକି ରହିଥିଲେ ଅବକାରୀ ଅଧିକାରୀ । ଦ୍ରୁତ ଗତିରେ ଆସୁଥିବା ୨ଟି ଦାମୀ କାରକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଚାଲାଣକାରୀମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ଅବକାରୀ ବିଭାଗ ଗୋଡ଼ାଇ ଗୋଡ଼ାଇ ଶେଷରେ ସେମାନଙ୍କୁ ମାଡ଼ି ବସିଥିଲା । ଖାନତଲାସୀ ସମୟରେ ଗାଡ଼ି ଭିତରୁ ପ୍ରାୟ ୭୦ କିଲୋ ଗଞ୍ଜେଇ ମିଳିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ଦୁଇ ଜଣ ମହିଳା ଏବଂ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଏହା ସହିତ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଦୁଇଟି ଦାମୀ କାର୍ ମଧ୍ୟ ଜବତ କରାଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଗଞ୍ଜେଇ ଚାଲାଣ ରାକେଟର ମାଷ୍ଟର ମାଇଣ୍ଡ ହେଉଛନ୍ତି ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ । କାହାକୁ ସନ୍ଦେହ ନହେବା ପାଇଁ ସୁନ୍ଦରୀ ମହିଳା ଜଣକ ନିଜ ସ୍ୱାମୀ ଓ ଅନ୍ୟମାନଙ୍କ ସହ ମିଶି ପରିବାର ଭଳି ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିଲେ।