ବାଉଁଶୁଣୀ, ,୩/୯ ( ଆପ୍ର) ଗଜରାଜପୁର ଗ୍ରାମ ନିକଟ କଣ୍ଠl ଛକରୁ ପୋଲିସ ୯ କେଜି ୬୦୦ଗ୍ରାମ ଗଞ୍ଜେଇ ଜବତ କରିଛି। ତେବେ ଚଢାଉ ବେଳେ ପୁଲିସକୁ ଦେଖି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। କଣ୍ଠl ଛକରେ ସୋନପୁର ଯାଉଥିବା ବସରେ ଗଞ୍ଜେଇ ଚାଲାଣ ହେବାକୁ ଥିବା ଖବର ପାଇ ବାଉଁଶୁଣୀ ପୋଲିସର ଏକ ଟିମ ଚଢାଉ କରିଥିଲା l ପୋଲିସକୁ ଦେଖି ଚାଲାଣ କାରୀ ଦୌଡି ପଲାଇ ଯାଇଥିବା ବେଳେ ପୋଲିସ ଗଞ୍ଜେଇକୁ ଜବତ କରିଥିଲା।