ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ଜିଲ୍ଲା କୃଷି ବିଭାଗର ଖାଲିପଡିଛି ୯୪ ପଦବୀ, ଉନ୍ନୟନ କାର୍ଯ୍ୟରେ ବାଧା

Published By : Prameya | May 9, 2025 11:48 PM

ମାଲକାନଗିରି, ୯/୫ : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରାୟ ୮୫ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭର କରି ଚଳିଥାନ୍ତି। ଏହା ଏକ କୃଷି ପ୍ରଧାନ୍ୟ ଜିଲ୍ଲା କହିଲେ ଅତ୍ୟୁକ୍ତି ହେବ ନାହିଁ।  ଜିଲ୍ଲା କୃଷି ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ରହିଛି, ହେଲେ ଜିଲ୍ଲା କୃଷି ବିଭାଗରେ  ୧୭୬ ଟି ପଦବୀ  ଥିବା ବେଳେ  ମାତ୍ର ୮୨ଜଣ କର୍ମଚାରୀ ଜିଲ୍ଲାକୁ ଚଲାଇଛନ୍ତି। ଜିଲ୍ଲା କୃଷି ବିଭାଗରେ ୯୪ଟି ପଦବୀ ଖାଲି ପଡିଥିବାରୁ ଉନ୍ନୟନ କାର୍ଯ୍ୟରେ ବାଧାସୃଷ୍ଟି ହେଉଛି।  

ବିଶେଷ କରି ୧୧୧ ଟି ପଞ୍ଚାୟତ ପାଇଁ ଭିଏଡବ୍ଲୁ ୮୭ଟି ପଦବୀର ଆବଶ୍ୟକ ସ୍ଥଳେ ଅଛନ୍ତି ମାତ୍ର ୪୩ ଜଣ । ଖାଲି ପଡିଛି ୪୪ଟି ପଦବୀ। ସହକାରୀ କୃଷି ଅଧିକାରୀ ୧୫ଟି ପଦବୀ ସ୍ଥଳେ ଅଛନ୍ତି ମାତ୍ର ୨ଜଣ। ୧୩ଟି ପଦବୀ ଖାଲି ପଡିଛି। ୩ଟି ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପଦବୀ ମଧ୍ୟରୁ ୨ଜଣ ଥିବା ବେଳେ ଗୋଟିଏ  ପଦବୀ ଦୀର୍ଘ ବର୍ଷ ହେଲା କେହି ନାହାନ୍ତି।  ବ୍ଲକ କୃଷି ଅଧିକାରୀ ୯ଟି ପଦବୀ ମଧ୍ୟରୁ ୪ଟି ଖାଲିପଡିଛି ।   ସେକ୍ସନ  ଅଫିସର ୪ଟି ମଧ୍ୟରୁ ୨ଟି ରେ କେହି ନାହାନ୍ତି।    ବରିଷ୍ଠ ଓ କନିଷ୍ଠ ହିସାବ ରକ୍ଷକ ୧୭ଟି ପଦବୀ ମଧ୍ୟରୁ ଖାଲିପଡିଛି ୧୦ଟି ପଦବୀ।  କନିଷ୍ଠ ସହାୟକ ୫ଟି ଯାକ ପଦବୀ ଖାଲି ପଡିଛି।  ପିଅନ ୧୦ଟି ପଦବୀ ମଧ୍ୟରୁ ୮ଟି ପଦବୀ , ରାତ୍ର ଜଗୁଆଳି ୭ଟି ପଦବୀ ମଧ୍ୟରୁ ୪ଟି ପଦବୀ  ଖାଲିପଡିଛି ।  ଏହା ବ୍ୟତୀତ ଅନ୍ୟାନ୍ୟ ପଦବୀ ଖାଲିପଡିଛି। କୃଷି ପରି ଗୁରୁତ୍ୱ ପୂର୍ଣ୍ଣ ବିଭାଗରେ ଯଦି ୯୪ଟି ପଦବୀ ଖାଲି ପଡିବ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟ କିପରି ହେବ ବୋଲି ସାଧାରଣରେ ଚର୍ଚ୍ଚା  ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.