PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

୯୭ ବର୍ଷୀୟା ଗୁଡ୍‌ୱିଲ୍‌ର ଆମ୍ବାସଡର ହେଲେ

ସ୍ୱାକ୍ଷରତା ହାରକୁ ଅଗ୍ରଣୀ କରାଇବା ସକାଶେ କେରଳ ସରକାରଙ୍କ ଦ୍ୱାରା ଗତ ବର୍ଷ ‘ଅକ୍ଷରଲକ୍ଷ୍ୟମ୍‌’ ମିଶନ ଆୟୋଜିତ ହୋଇଥିଲା । ଏଥିରେ ୯୭ ବର୍ଷୀୟା କାର୍ଥୟାନୀ ଆମ୍ମା ପରୀକ୍ଷା ଦେଇ ସର୍ବାଧିକ ୯୮ ପ୍ରତିଶତ ନମ୍ବର ରଖି ପ୍ରଥମ ହୋଇଥିଲେ । ତାଙ୍କର ପରିଶ୍ରମ ଏବଂ ପଢ଼ିବାର ଆଗ୍ରହ ଦେଖି କେରଳ ସରକାର ତାଙ୍କୁ ସମ୍ମାନୀତ ମଧ୍ୟ କରିଥିଲେ । କାନାଡାସ୍ଥିତ ଏକ ସଂସ୍ଥା ଶିକ୍ଷାକୁ ପ୍ରସାର କରିବା ପାଇଁ ‘କମନ୍‌ୱେଲଥ୍‌ ଅଫ ଲର୍ଣ୍ଣିଂ’ ଆରମ୍ଭ କରିଛନ୍ତି ଏବଂ ଗୁଡୱିଲ୍‌ ଆମ୍ବାସଡର୍‌ ଭାବରେ କେରଳର କାର୍ଥୟାନୀ ଆମ୍ମାଙ୍କୁ ନେଇଛନ୍ତି ।ଏହି କମନ୍‌ୱେଲଥ୍‌ ବର୍ତ୍ତମାନ ବିଭିନ୍ନ ଦେଶମାନଙ୍କରେ ଶିକ୍ଷାର ଉନ୍ନତି ପାଇଁ କାର୍ଯ୍ୟ କରିବ ।

ଭାରତରେ ଚାଲୁଥିବା କମନ୍‌ୱେଲଥ୍‌ର ଉପସଭାପତି ବାଲାସୁବ୍ରମଣିୟମ୍‌ ଆମ୍ମାଙ୍କୁ ଦେଖା କରିବା ପାଇଁ ଆଲପ୍ପୁଝାରେ ଥିବା ତାଙ୍କ ଘରକୁ ଯାଇଥିଲେ ଏବଂ ସେଠାରେ ଆମ୍ମା ୪ର୍ଥ ଶ୍ରେଣୀର ପରୀକ୍ଷାର ପ୍ରସ୍ତତି କରୁଥିବା ଦେଖି ବହୁତ ଖୁସି ହୋଇଥିଲେ । ବର୍ତ୍ତମାନ ଆମ୍ମା ପାଠ ପଢ଼ିବା ସହ କମ୍ପ୍ୟୁଟର ମଧ୍ୟ ଶିଖୁଛନ୍ତି । ଆମ୍ମା କୁହନ୍ତି, ତାଙ୍କର ପିଲାମାନେ ତାଙ୍କୁ ପାଠ ପଢ଼ିବା ପାଇଁ ଉତ୍ସାହିତ କରିଥିଲେ ।