ଭୁବନେଶ୍ବର,୨୩/୯ : ଓଡିଏମ୍ ଶିକ୍ଷାସମୂହ ଦ୍ବାରା ଓଡିଏମ୍- ଓଭୋ- ଆର୍ଡୋର ସହଯୋଗ ସମାବେଶର ଆୟୋଜନ କରାଯାଇଥିଲା । ଏହି ଅବସରରେ ନୂଆ ପୁଷ୍ଟିକର ସହଯୋଗୀ ଭାବେ ଓଡିଏମ୍ ଶିକ୍ଷା ସମୂହ ଓ ଆର୍ଡୋର ଫୁଟବଲ ଏକାଡେମୀ ସହିତ ଓଭୋ ଫାର୍ମସର ଚୁକ୍ତି ସ୍ବାକ୍ଷରିତ ହୋଇଛି।

ଏହି ସହଯୋଗ ଅଧୀନରେ ଓଭୋ ଫାର୍ମସ୍ ଓଡିଏମ୍ ଛାତ୍ରବୃତ୍ତି ପ୍ରାପ୍ତ ଛାତ୍ରଛାତ୍ରୀ ଏବଂ ଆର୍ଡୋର ଏକାଡେମୀ ସେଣ୍ଟର ପାଇଁ ପ୍ରତି ସପ୍ତାହରେ ବିନା ମୂଲ୍ୟରେ ୧,୪୦୦ଅଣ୍ଡା ଯୋଗାଇଦେବ । ଏହାଦ୍ବାରା ୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ର ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ ଓଡିଏମ୍ ଶିକ୍ଷା ସମୂହର ସିଓଓ ସ୍ବୟନ୍ ସତ୍ୟେନ୍ଦୁ, ଓଭୋ ଫାର୍ମସର ସିଇଓ ସମରେନ୍ଦ୍ର ମିଶ୍ର ଓ ଆର୍ଡୋର ଫୁଟବଲ ଏକାଡେମୀର ମୁଖ୍ୟ ଜୟଦେବ ମହାପାତ୍ର ଉପସ୍ଥିତ ରହିଥିଲେ ।

ଏହି ସହଯୋଗ ଛାତ୍ରଛାତ୍ରୀଙ୍କ ପୁଷ୍ଟିକର ଓ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଅଟେ । ଓଭୋ ଫାର୍ମସର ଏହି ଉଦ୍ୟମ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ପୁଷ୍ଟିକର ଖାଦ୍ୟ ଯୋଗାଇ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସକରାତ୍ମକ ପ୍ରଭାବ ସୃଷ୍ଟି କରିବ । ଓଡିଏମ୍ – ଓଭୋ- ଆର୍ଡୋର ଏହି ସହଯୋଗକୁ ନେଇ ଉତ୍ସାହିତ ଅଛନ୍ତି ଏବଂ ଏହା ଛାତ୍ରଛାତ୍ରୀଙ୍କ ମଙ୍ଗଳ ପାଇଁ ଏକ ନୂଆ ଦିଗ ଆରମ୍ଭ କରିବ ।