ଭୁବନେଶ୍ବର,୧୭/୧୦ :  ବିଏମସି କର୍ପୋରେଟର ଅମରେଶ ଜେନାଙ୍କୁ ଜାମିନ ମଞ୍ଜୁର। ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ୨୫ହଜାର ଟଙ୍କିଆ ଦୁଇ ଜାମିନ ଦାର ବଦଳରେ ସର୍ତ୍ତମୂଳକ ଜାମିନ ।

ସୂଚନାଯୋଗ୍ୟ ଯେ, ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭ ନଷ୍ଟ କରିବା ସହ ହତ୍ୟା ଧମକ ଦେବା ମାମଲାରେ ଗିରଫ ହୋଇଥିଲେ ଅମରେଶ ଜେନା।