ନୂଆପଡ଼ା, ୧୬/୧୦ : ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା। ଏଥର ପ୍ରଚାର କରିବେ ଦୁଇ ମୁଖ୍ୟମନ୍ତ୍ରୀ। ସିଏମ୍ ମୋହନ ମାଝୀଙ୍କ ସହ ଛତିଶଗଡ଼ ସିଏମ୍ ବିଷ୍ଣୁଦେବ ସାଏ ପ୍ରଚାର ମଙ୍ଗ ସମ୍ଭାଳିବେ। ଏହା ସହ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା, ସଭାପତି ମନମୋହନ ସାମଲ, ୩ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର, ଜୁଏଲ ଓ ଅଶ୍ବିନୀ ବୈଷ୍ଣବ ପ୍ରଚାର କରିବେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ୨ ପ୍ରଭାରି ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ଅଛନ୍ତି। ଏତଦ୍ ବ୍ୟତୀତ ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର, ବସନ୍ତ ପଣ୍ଡା ପ୍ରମୁଖ ବରିଷ୍ଠ ନେତା ଦଳ ପାଇଁ କ୍ୟାମ୍ପେନ କରିବେ। 

bjp​​​​​​​