ଭୁବନେଶ୍ବର, ୨୩।୧୦ : ଭୁବନେଶ୍ଵର ୟୁନିଟ୍- ହାଟରେ ଅଗ୍ନିକାଣ୍ଡ ଘଟଣା ପରେ ଚେତିଲା ବିଏମସି ରାଜଧାନୀର ବିଭିନ୍ନ ହାଟ ପାଇଁ ଏସଓପି ଆଣିବ ବିଏମସି ରାଜଧାନୀର ୨୦ଟି  ବଡ଼  ହାଟ ପାଇଁ ଲାଗୁ ହେବ ଏସଓପି ବୋଲି ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଛନ୍ତି।

ହାଟ କମିଟି  ପାଇଁ ହେବ ବିଧିବଦ୍ଧ ନିର୍ବାଚନ ବିଏମସି ଅଧିକରୀଙ୍କ  ଉପସ୍ଥିତିରେ  ହେବ ହାଟ କମିଟି ନିର୍ବାଚନ ସବୁ ହାଟ ଦୋକାନୀଙ୍କ ପାଇଁ ଗ୍ରୁପ ଇନ୍ୟୁସରାନ୍ସ କରିବ ବିଏମସି  ରାଜଧାନୀର ବିଭିନ୍ନ ହାଟରେ  ଏନଫୋର୍ସମେଣ୍ଟକୁ କଡାକଡ଼ି  କରାଯିବ ହାଟ ଭିତରେ ଜରିପାଲ ଟାଣି ପାରିବେନି ବ୍ୟବସାୟୀହାଟରେ ଏନଫୋର୍ସମେଣ୍ଟ କଡ଼ାକଡ଼ି ଜଗିବ  ରାସ୍ତା ଉପରକୁ ମାଡ଼ି ବ୍ୟବସାୟ କରି ପାରିବେନି ଦୋକାନୀ

ଏକ ନମ୍ବର ମାର୍କେଟକୁ  ମଡର୍ଣ୍ଣ ମାର୍କେଟ କରିବାକୁ ୧୮୬  କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା ପାତ୍ରପଡା ଭଗବାନପୁର   ହୋଲସେଲ ମାର୍କେଟ ପାଇ  ଟଙ୍କାର ଅଭାବ ରହିଛି ସବୁ ପାଇ ସରକାର ଅର୍ଥ ଯୋଗେଇ ଦେଲେ  କାମ ଆଗକୁ ବଢିବ ବୋଳି ମେୟର କହିଛନ୍ତି।  ୧୪ ଟି ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ୧୭ ଦୋକାନ ଆଂଶିକ ଭାବେ ପୋଡ଼ି ଯାଇଛି କ୍ଷତିଗ୍ରସ୍ତଙ୍କୁ ସିଏମଆରଏଫ ଫଣ୍ଡ ସହ ବିଏମସି ନିଜସ୍ଵ  ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ  ବିଚାରବିମର୍ଶ କରାଯାଉଛି ବୋଲି ମେୟର କହିଛନ୍ତି।